ଟ୍ରେଡ୍ ୱାର୍: ଆମେରିକା ଅର୍ଥ ବ୍ୟବସ୍ଥାକୁ ୫୪,୬ଠଠକୋଟି କ୍ଷତି ୱାଶିଂଟନ୍

(ଏଜେନ୍ସି): ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଟ୍ରେଡ଼୍ ୱାର୍ ଯୋଗୁଁ ଆର୍ଥିକ ବର୍ଷ ୨୦୧୮ରେ ଆମେରିକା ଅର୍ଥବ୍ୟବସ୍ଥାକୁ ୫୪,୬୦୦କୋଟି ଟଙ୍କା (୭.୮ଅରବ ଡଲାର)ର କ୍ଷତି ସହିବାକୁ ହୋଇଛି । ପ୍ରମୁଖ ଆମେରିକା ବିଶ୍ୱ ବିଦ୍ୟାଳୟର ଅର୍ଥଶାସ୍ତ୍ରୀଙ୍କ ଏକ ଟିମ୍ ନିଜ ଅଧ୍ୟୟନରେ ଏହି ତଥ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଛନ୍ତି । ଅଧ୍ୟୟନକାରୀଙ୍କ ଅନୁସାରେ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନର ଅଳ୍ପକାଳିକ ଫଳାଫଳର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଟ୍ରେଡ଼୍ ୱାର୍ ଯୋଗୁଁ ଲକ୍ଷ୍ୟିତ ଦେଶ ମଧ୍ୟରୁ ଆମେରିକାର ଆମଦାନୀରେ ୩୧.୫% ଓ ରପ୍ତାନୀରେ ୧୧% ହ୍ରାସ୍ ଦାଏର କରାଯାଇଛି । ଏଥିସହ ଅଧ୍ୟୟନ ଅନୁସାରେ ମହଙ୍ଗା ଆମଦାନୀ କାରଣରୁ ଉପଭୋକ୍ତା ଓ ଉତ୍ପାଦକଙ୍କୁ ବାର୍ଷିକ ୬୮.୮ଅରବ ଡଲାରର କ୍ଷତି ହୋଇଛି । ଅଧ୍ୟୟନକାରୀଙ୍କ ଅନୁସାରେ ଟ୍ରେଡ଼୍ ୱାର୍ ଯୋଗୁଁ ଆମେରିକା ଅର୍ଥବ୍ୟବସ୍ଥାକୁ ସମୁଦାୟ ୭.୮ଅରବ ଡଲାରର କ୍ଷତି ହୋଇଛି । ଯାହାକି ସକଳ ଘରୋଇ ଉତ୍ପାଦ (ଜିଡ଼ିପି)ର ୦.୦୪% । ଏହି ଅଧ୍ୟୟନ ୟୁନିଭର୍ସିଟି ଅଫ୍ କାଲିଫୋର୍ଣ୍ଣିଆ ବର୍କଲେ, କଲୋମ୍ବିଆ ୟୁନିଭର୍ସିଟି, ୟେଲ ୟୁନିଭର୍ସିଟି ତଥା ୟୁନିଭର୍ସିଟି ଅଫ୍ କାଲିଫୋର୍ଣ୍ଣିଆ ଆଟ୍ ଲସ୍ ଏଞ୍ଜେଲସ୍ (ୟୁସିଏଲ୍ଏ)ର ଅର୍ଥଶାସ୍ତ୍ରୀଙ୍କ ଏକ ଟିମ୍ ଦ୍ୱାରା କରାଯାଇଛି । ଯାହାକୁ ନ୍ୟାସ୍ନାଲ୍ ବ୍ୟୁରୋ ଅଫ୍ ଇକୋନୋମିକ ରିସର୍ଚ୍ଚ ପ୍ରକାଶ କରିଛନ୍ତି । ନିଜକୁ ଟାରିଫ୍ ମ୍ୟାନ୍ ଆଖ୍ୟା ଦେଇଥିବା ଟ୍ରମ୍ପ ବ୍ୟବସାୟିକ କ୍ଷତି କମାଇବା ପାଇଁ ନିଜ ନିର୍ବାଚନୀ ଅଭିଯାନ ଓ ରାଷ୍ଟ୍ରପତି ହେବା ପରେ ଅନୁଚିତ୍ ଟ୍ରେଡ଼୍ଡ଼େ୍ ଇମ୍ପୋର୍ଟସ୍ ଉପରେ ଲଗାମ ଓ ମୁକ୍ତ ଟ୍ରେଡ଼୍ ଏଗ୍ରୀମେଣ୍ଟ ଉପରେ ପୁନଃ ବିଚାର କରିବା ପାଇଁ ସଙ୍କଳ୍ପ ନେଇଥିଲେ । ଡୋନାଲ୍ଡ ଟ୍ରମ୍ପ ଆମେରିକା ମାନ୍ୟୁଫାକ୍ଚରିଂ କ୍ଷେତ୍ରକୁ ଲାଭ ପହଞ୍ଚାଇବା ପାଇଁ ସଂରକ୍ଷଣବାଦୀ ଟ୍ରେଡ଼୍ ଏଜେଣ୍ଡାକୁ ଗ୍ରହଣ କରିଛନ୍ତି । ଉଭୟ ୱାଶିଂଟନ୍ ଓ ପେଇଚିଂ ମାସ ମାସ ଧରି ଟ୍ରେଡ଼୍ ୱାର୍ରେ ଘେରି ରହିଥିଲେ । ଏଥିସହ ପରସ୍ପର ବିରୋଧରେ ଟାରିଫ୍ ଲଗାଇ ଆସୁଛନ୍ତି । ଟ୍ରମ୍ପ ୟୁରୋପିଆନ୍ ସଂଘ ଓ ଅନ୍ୟ ଟ୍ରେଡ଼ିଂ ପାର୍ଟନର୍ସ ଦ୍ୱାରା ଆମଦାନୀରେ ମଧ୍ୟ ଟାରିଫ୍ ଲଗାଇଛନ୍ତି । ଯାହାର ୟୁରୋପିଆନ୍ ସଂଘ ବିରୋଧ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ