ଟ୍ରେନ ଯାତ୍ରୀମାନଙ୍କ ପାଇଁ ମାସିକ/କ୍ୱାଟର୍ଲି ସିଜିନ ଟିକେଟ୍ ପୁନଃ ପ୍ରଚଳନ

ଭୁବନେଶ୍ୱର, (ୱାଇଏନ୍‍ଏସ୍‍): ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ, ପୂର୍ବ ତଟ ରେଳପଥ ଆଜିଠାରୁ ଛଅଟି ସ୍ୱତନ୍ତ୍ର ଟ୍ରେନରେ ମାସିକ ସିଜିନ ଟିକେଟ୍ (ଏମଏସଟି) / ତ୍ରୟମାସିକ ସିଜିନ ଟିକେଟ୍ (କ୍ୟୁଏସଟି) ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଛି । ଏହି ଟ୍ରେନ୍ ଗୁଡିକ ହେଉଛି ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ , ୦୮୪୫୬/୦୮୪୫୫ ଖୋର୍ଦ୍ଧା ରୋଡ୍‌-କେନ୍ଦୁଝରଗଡ-ଖୋର୍ଦ୍ଧା ରୋଡ୍ ବିଶେଷ ଟ୍ରେନ , ୦୮୫୨୨/୦୮୫୨୧ ବିଶାଖାପାଟନମ୍‌-ଗୁଣୁପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ. ୦୮୫୨୮/୦୮୫୨୭ ବିଶାଖାପାଟନମ୍‌-ରାୟପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ , ୦୮୨୬୩/୦୮୨୬୪ ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ବିଶେଷ ଟ୍ରେନ ଏବଂ ୦୭୨୬୬/୦୭୨୬୫ ବିଶାଖାପାଟନମ୍‌-କାକିନଡା ବନ୍ଦର-ବିଶାଖାପାଟନମ୍ ବିଶେଷ ଟ୍ରେନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ