ଡିଏମଏଫ ମେଧାବୃତ୍ତି ପରୀକ୍ଷା ଦେଲେ ୫୦୬୧ ଛାତ୍ରଛାତ୍ରୀ
ହାଟଡ଼ିହି ,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକର ୩୧ଟି ପଞ୍ଚାୟତରେ ଡି.ଏମ.ଏଫ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ୩୧ଟି ପଞ୍ଚାୟତରେ ୩୨ଟି ପରୀକ୍ଷାକେନ୍ଦ୍ରରେ ମୋଟ ୫୦୬୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ମୋଟ ୫୦୯୩୪ଜଣ ପରୀକ୍ଷା ଦେବାକୁ ôତବାବେଳେ ବିଭିନ୍ନ ପରୀକ୍ଷାକେନ୍ଦ୍ରରେ ମୋଟ ୮୭୩ଜଣ ପରୀକ୍ଷାଥୀଁ ଅନୁପସ୍ଥିତ ରହିଥିଲେ । କେବଳ ହଦଗଡ ପଞ୍ଚାୟତର ଦଲକି ଅଞ୍ଚଳର ଛାତ୍ରଛାତ୍ରୀ ମାନେ ହଦଗଡକୁ ଆସିବାର ସୁବିଧା ନଥିବାରୁ ଦଲକି ସ୍କୁଲରେ ଏକ ଅତିରିକ୍ତ ପରୀକ୍ଷାକେନ୍ଦ୍ର କରାଯାଇଥିଲା । ପଢ଼ିଆରିପଲ୍ଲୀ ପରୀକ୍ଷାକେନ୍ଦ୍ରରେ ୩୩୦ଜଣ, ଢ଼େଙ୍କାରେ ୨୬୪ଜଣ, କଳିଗାଁରେ ୨୨୪ଜଣ, ମୁଗୁପୁରରେ ୨୪୭ଜଣ, ବାହାରିପୁର ହାଇସ୍କୁଲରେ ୨୪୭ଜଣ, ବାଲିବରେଇରେ ୨୧୯ଜଣ ଶାସଙ୍ଗ ହାଇସ୍କୁଲରେ ୧୯୭ଜଣ, ହାବଳେଶ୍ୱରରେ ୨୦୯ଜଣ, ଜପିଦାସ ହାଇସ୍କୁଲରେ ୧୯୩ଜଣ, ସଢ଼ା ଅରବିନ୍ଦ ହାଇସ୍କୁଲରେ ୧୮୬ଜଣ, ଷଡଙ୍ଗ ହାଇସ୍କୁଲରେ ୧୮୫ଜଣ, ଆମ୍ବୋ ହାଇସ୍କୁଲରେ ୨୦୦ଜଣ, ପନ୍ଦାଡୋ ହାଇସ୍କୁଲରେ ୧୮୩ଜଣ ପରୀକ୍ଷା ଦେଇଥିବା ଜଣାଯାଇଛି । ପ୍ରତି ହାଇସ୍କୁଲର ପ୍ରଧାନ ଶିକ୍ଷମକାନେ ସୁପରିଟେଣ୍ଡଣ୍ଟ ଭାବେ ପରୀକ୍ଷା ପରିଚାଳନା କରିଥିବାବେଳେ ଡିପିସି ପୁର୍ଣ୍ଣ ଚନ୍ଦ୍ର ସେଠୀ, ହାଟଡିହି ତହସିଲଦାର ଓ ହାଟଡିହି ବିିଇଓ ପରୀକ୍ଷା କେନ୍ଦ୍ର ଗୁଡିକ ବୁଲି ପରୀକ୍ଷା ତଦାରଖ କରିଥିଲେ । ବିଆରସିସି ବିନୋଦ ରାଉତ, ଏବିଇଓ ସୁରେଶ କୁମାର ଜେନା, ସୁରଥ କୁମାର ସାହୁ ପ୍ରମୁଖ ପରୀକ୍ଷା ପରିଚାଳନା କରିଥିଲେ ।