ଡେଙ୍ଗୁ ଆତଙ୍କ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିପଂଚାୟତର ଜଣେ ଯୁବକ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଖବର ପ୍ରଚାର ପରେ ଅଂଚଳବାସୀଙ୍କ ମନରେ ଭୟ ଆତଙ୍କ ସୃଷ୍ଟି ହୋଇଛି । ମିଳିଥିବା ଖବର ଅନୁଯାୟୀ ସେହି ଗ୍ରାମର ଜଣେ ଯୁବକ ରାଜ୍ୟ ବାହାରେ ରହି ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । କିନ୍ତୁ କିଛି ଦିନ ହେଲା ସେ ଅସୁସ୍ଥ ହୋଇପଡିବାରୁ ନିଜ ଘରକୁ ଫେଣି ଭଦ୍ରକରେ ରକ୍ତ ପରିକ୍ଷା କରିବା ପରେ ଡେଙ୍ଗୁ ବୋଲି ଚିହ୍ନଟ ହୋଇଥିଲା । ଏହି ଖବର ସୋସିଆଲ ଗଣମାଧ୍ୟମରେ ପ୍ରଚାର ପରେ ଲୋକମାନଙ୍କ ମନରେ ଏକ ପ୍ରକାର କୋକୁଆ ଭୟ ଜାତ ହୋଇଛି । ଏହା ପରେ ଉତ୍ତମ ଚିକିସ୍ରା ନିମନ୍ତେ ଯୁବକ ଜଣକ କଟକ ମେଡକାଲକୁ ଯାଇ ରକ୍ତ ନମୁନା ପରୀକ୍ଷା କରିବା ବେଳେ ଡେଙ୍ଗୁ ଭୁତାଣ ନଥିବା ଜଣାପଡିଥିଲା । ତେବେ ସାଧାରଣରେ ପ୍ରଶ୍ନ ଉଙ୍କି ମାରିଛି ଭଦ୍ରକରେ ଡାକ୍ତର କିପରି ରକ୍ତ ନମୁନା ପରୀକ୍ଷା କରି ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଛି ବୋଲି ପ୍ରକାଶ କଲେ ତାହା ସାଧାରଣରେ ଚର୍ଚ୍ଚା ଚାଲିଥିବା ବେଳେ ଅଳିଆ ଆବର୍ଜନା ଜମି ରହିଲେ ସେଠାରେ ଭଲ ପାଣି ଜମି ରହିବା ଦ୍ୱାରା ଏଡିସ୍ ମଶା ଜାତ ହୋଇଥାଏ । ଏହି ମଶା କାମୁଡିବା ଦ୍ୱାରା ଡେଙ୍ଗୁ ଜ୍ୱରରେ ଜଣେ ଆକ୍ରାନ୍ତ ହୋଇଥାଏ ତେଣୁ ପରିବେଶ ପରିଚ୍ଛନ ସଫା ସୁତରା ରଖିବା ସହିତ ମଶାରୀ ବ୍ୟବହାର କରି ଶୋଇବା ପାଇଁ ଗଣମାଧ୍ୟମରେ ପ୍ରଚାର କରାଯାଉଥିଲେ ମଧ୍ୟ ପ୍ରଶାସନ ତରଫରୁ କୈାଣସି ପଦକ୍ଷେପ କରାଯାଉନଥିବାରୁ ବୁଦ୍ଧିଜୀବି ମହଲରେ ତିବ୍ର ନିନ୍ଦା କରାଯାଇଛି


