ଡ୍ରିମ୍ସ ଆଇଡିଆଲ ସ୍କୁଲ ପକ୍ଷରୁ ବନମହୋତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):ବନ ମହୋତ୍ସବ ସପ୍ତାହ ଅବସରରେ ବାଲେଶ୍ୱର ଡ୍ରିମ୍ସ ଆଇଡିଆଲ ସ୍କୁଲ ପକ୍ଷରୁ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । ସେଠାରେ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ସୁଧାକର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲା ସଂସ୍କୃତି ଅଧିକାରିଣୀ ମନସ୍ୱିନୀ ରାଉତ, ପୌର କାଉନସିଲର ରଞ୍ଜିତା ମହାପାତ୍ର, ସାମାଜିକ କର୍ମୀ ସୋନାଲି ସା, ବାଲେଶ୍ୱର ରୋଟାରୀ କ୍ଲବ ଅନ ସିର ସଦସ୍ୟ ଶେଖ ମୁକ୍ତାର ମହମ୍ମଦ ପ୍ରମୁଖ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଜଙ୍ଗଲ କ୍ଷୟ ଓ ପରିବେଶ ପ୍ରଦୂଷଣ ଯୋଗୁଁ ସମ୍ପ୍ରତି ବଢ଼ି ଚାଲିଥିବା ଗ୍ଲୋବାଲ ୱାର୍ମିଂ ସମ୍ପର୍କରେ ଆଲୋଚନା କରିଥିଲେ । ଏଡିଏମ ପ୍ରଥମେ ବୃକ୍ଷରୋପଣ ଶୁଭାରମ୍ଭ ପରେ ଅନ୍ୟମାନେ ବୃକ୍ଷଚାରା ଲଗାଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ପୁଷ୍ପିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସତ୍ୟାଭାମା ପ୍ରଧାନ, ରେହେନା ବେଗମ, ଦେବଶ୍ରୀ ଗିରି, ଆରତୀବାଳା ଦାସ, ଅନୀତା ରାଣୀ ଦାସ, ଶାନ୍ତିଲତା ଖଟୁଆ, ସ୍ମୃତିସୁଧା ଦାସ, ଦୀାଞ୍ଜଳି ଦାସ, ଆଂଚଳପ୍ରିୟା ବେହେରା, ରଞ୍ଜନ ସାହୁ, ଜ୍ୟୋତିଶଙ୍କର ନାୟକ, ସଞ୍ଜନା ପାତ୍ର, ସୁଚିସ୍ମିତା ବେହେରା, ସୁଳତା ଜେନା ପ୍ରମୁଖ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଏଥିରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।