ଢୋଲ ପଂଚାୟତରେ ୪୧୧ସ୍ୱାବ ପରୀକ୍ଷା ଅନୁଷ୍ଠିତ;ସବୁ ନେଗେଟିଭ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଢୋଲ ପଂଚାୟତରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପଂଚାୟତବାସୀଙ୍କ ସ୍ୱାବ ପରୀକ୍ଷା କରାଯାଇଛି । ସରପଂଚ ଝୁନା ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସ୍ୱାବ ପରୀକ୍ଷା କାର୍ଯ୍ୟକ୍ରମରେ ପଂଚାୟତର ୪୧୧ଜଣଙ୍କ ସ୍ୱାବ ପରୀକ୍ଷା ରବିବାର ପଂଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ସମସ୍ତ ସ୍ୱାବ ଗୁଡିକ ନେଗେଟିଭ ଆସିଥିବା ସରପଂଚ ଶ୍ରୀମତୀ ମଲ୍ଲିକ ସୂଚନା ଦେଇଛନ୍ତି । ଜିଲ୍ଲାରେ ପୂର୍ବରୁ ଗୋଟିଏ ପଂଚାୟତରେ ୩୯୫ଜଣଙ୍କ ସ୍ୱାବ ପରୀକ୍ଷା କରାଯାଇଥିବା ବେଳେ ଢୋଲ ପଂଚାୟତରେ ସର୍ବାଧିକ ୪୧୧ଜଣଙ୍କ ସ୍ୱାବ ପରୀକ୍ଷା କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ଓ ଡାକ୍ତରମାନଙ୍କ ଦ୍ୱାରା ଏହି ସ୍ୱାବ ପରୀକ୍ଷା କରାଯାଇଥିଲା ଓ ଏଥିରେ ବିଡିଓ ସୁଧିର କୁମାର ସିଂ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ନାୟବ ସରପଂଚ ପ୍ରଭାତ ରାଉତ, ରେବତୀରମଣ ରାଉତ, ପୂର୍ବତନ ସରପଂଚ କାର୍ତ୍ତିକ ଚନ୍ଦ୍ର ପଣ୍ଡା, ୱାର୍ଡସଭ୍ୟ ଅନନ୍ତ କିଶୋର ସାହୁ, ଗୁରୁଚରଣ ଜେନା, ଅକ୍ଷୟ ରଣା, ମନୋରଞ୍ଜନ ଜେନା ପ୍ରମୁଖ ସହଯୋଗ କରିଥିଲେ ।


