ତରାଗୋ ନୋଡାଲ ସ୍କୁଲର ପରିଚାଳନା କମିଟି ବୈଠକ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ତରାଗୋ ନୋଡାଲ ଉପ୍ରା ବିଦ୍ୟାଳୟର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସରପଞ୍ଚ ତିଳୋତ୍ତମା ବାରିକ, ସମିତି ସଭ୍ୟ ରବିନ୍ଦ୍ର ଧଳ, ଉପଦେଷ୍ଟା କମିଟିର ଡ.ପ୍ରଶାନ୍ତ କୁମାର ଖଟୁଆ, ତରାଗୋ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ରାଉତ, ପରିଚାଳନା କମିଟିର ସଭାପତି ଶ୍ରୀଧର ଦାଶ, ଶିକ୍ଷକ ବିଶ୍ୱନାଥ ବାରିକ, ଶିକ୍ଷୟିତ୍ରୀ ମନୋରମା ଖିଲାର ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ୧୭ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।