ତାରଣାରେ ଗୁରୁ ଗୋମକେଙ୍କର ଜନ୍ମ ବାର୍ଷିକ ସମାରୋହ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ଜାମଦା ବ୍ଲକର ବିନ୍ଦୁଚାନ୍ଦାନ ଅଲ ଇତୁନ ଆଶ୍ଳା ତାରଣା ପକ୍ଷରୁ ୧୧୯ ତମ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମବାର୍ଷିକ ଉତ୍ସବ ମହାଆନନ୍ଦରେ ପାଳିତ ହୋଇଯାଇଛି | ଆଶ୍ଳାର ଚେୟାରମ୍ୟାନ ବାଇଧର ସୋରେନ,ଆଶ୍ଳା ମାଚେଦ୍ ଗମକେୟ ହେମନ୍ତ ମୁର୍ମୁ,ସଂଯୋଜକ ସୀତାରାମ ମୁର୍ମୁ ଗାଁର ଗୁରୁ ତଥା ବୟସ୍କ ବ୍ୟକ୍ତି ବାସ୍ତା ହାଁସଦାଃ,ବାଇଧର ସୋରେନ,ଯୁବ ଛାତ୍ର ମଙ୍ଗଲ ମାର୍ଣ୍ଡି କହିଥିଲେ,ଏକ ସାଧାରଣ ମଣିଷ ନିଜର ସାଧନା ତଥା କାର୍ଯ୍ୟ ଯୋଗୁଁ ଆଜି ହୋଇପାରିଛନ୍ତି ଏକ ଅସାଧାରଣ ବ୍ୟକ୍ତିତ୍ଵ । ଆଜି ସାନ୍ତାଳୀ ସମ୍ପ୍ରଦାୟର ଲୋକେ ତାଙ୍କୁ ପୂଜା କରନ୍ତି ତଥା ସମ୍ପ୍ରଦାୟର ଲୋକଙ୍କ ଆଦର୍ଶ ଭାବରେ ପରିଚିତ । ଆଜି ମଧ୍ୟ ଗୁରୁ ପୁର୍ଣିମା ଦିନ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିକଟସ୍ଥ କପିବୁରୁ ଅଞ୍ଚଳ ଲୋକାରଣ୍ୟ ହୋଇଉଠେ ଗୁରୁଙ୍କ ପୂଜା ପାଇଁ । ସେଇ ଗୁରୁ ଯାହାଙ୍କ ଯୋଗୁଁ ଆଜି ସମ୍ଭବ ହୋଇଛି ସାନ୍ତାଳୀ ଭାଷାର ଲିପି ।ଶେଷରେ ଅତିଥି ସମାଜସେବୀ ପ୍ରଶ୍ନ କୁମାର ଶତପଥୀ ସମସ୍ତଙ୍କୁ ସାଧୁବାଦ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ