ଦିଗପହଣ୍ଡି ବ୍ଲକ ଗାଁ ସାଥି ସଂଘ ପକ୍ଷରୁ ଆଲୋଚନା ସଭା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଗାଁ ସାଥି ସଂଘ ପକ୍ଷରୁ ସୋମବାର ସ୍ଥାନୀୟ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଶ୍ରୀ ତ୍ରିନାଥ ଠାକୁର ମନ୍ଦିର ପରିସରରେ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ସଙ୍ଘର ସଭାପତି ଉଦୟ ନାରାୟଣ ଦାସ ସଭାରେ ଅଧ୍ୟକ୍ଷତା କରିଥିଲେ। ସଙ୍ଘର ବିବିଧ ସମସ୍ୟା ଓ ତାର ସ୍ଥାୟୀ ସମାଧାନ ପାଇଁ ସଭାରେ ବିସ୍ତୃତ ଆଲୋଚନା କରାଯାଇ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ପରେ  ୫ ଦଫା ଦାବି ପୁରଣ ପାଇଁ ସ୍ଥାନୀୟ ବିଡ଼ିଓ ଡ଼.ଚିତ୍ତ ରଞ୍ଜନ ଦାସ ଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।ଗତ ୨୦୦୮ ମସିହାରୁ ଗାଁ ସାଥି ମାନଙ୍କୁ ଗ୍ରାମାଞ୍ଚଳ ମାନଙ୍କରେ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ସେମାନଙ୍କ ପ୍ରତି ପ୍ରଶାସନିକ ସ୍ତରରେ ଅବହେଳା ପ୍ରଦର୍ଶନ କରାଯାଉଛି। ନ୍ୟାସନାଲ ମୋବିଲାଇଜର ମନିଟରିଂ ସିଷ୍ଟମ (ଏନ୍ ଏମ ଏମ ଏସ)  ରେ ୨୦୦୮ ରୁ ନିଯୁକ୍ତ ଗାଁ ସାଥି ମାନଙ୍କୁ ରେଜିଷ୍ଟ୍ରେସନ କରାଯିବା।ଏମଜିଏନ୍ଆରଇଜିଏସ ଯୋଜନାରେ ସେମାନଙ୍କ ସୁପାରିଶ କୁ କାର୍ଯ୍ୟକାରୀ କରାଯିବା।ବିଭିନ୍ନ ସରକାରୀ ପ୍ରକଳ୍ପ ନିମନ୍ତେ  ଗାଁ ସାଥି ମାନଙ୍କ ଜରିଆରେ  ଶ୍ରମିକ ମାନଙ୍କୁ ଚିହ୍ନଟ କରାଯାଇ କାମ ପାଇଁ ଡିମାଣ୍ଡ ରିପୋର୍ଟ ପ୍ରସ୍ତୁତ କରାଯିବା। ମଷ୍ଟରରୋଲ ପ୍ରସ୍ତୁତ ରେ ଗାଁ ସାଥି ମାନଙ୍କୁ ଅନ୍ତର୍ଭୁକ୍ତ କରାନଯାଇ ଅନ୍ୟ ଯେ କୌଣସି ବ୍ୟକ୍ତି ଙ୍କୁ ପଞ୍ଜିକରଣ କରାଯାଉଥିବା ରୁ ଏଭଳି ବ୍ୟବସ୍ଥା ଉଚ୍ଛେଦ କରାଯାଇ କେବଳ ଗାଁ ସାଥି ମାନଙ୍କୁ ଅଗ୍ରାଧିକାର ଭିତ୍ତି ରେ ମଷ୍ଟର ରୋଲ ପ୍ରସ୍ତୁତ ପାଇଁ ଅନୁମତି ଦିଆଯିବା।  ଗାଁ ସାଥି ମାନଙ୍କର ସ୍ମାରକପତ୍ର ରେ ଉଲ୍ଲେଖ ଥିବା ୫ ଦଫା ଦାବି ପୂରଣ କରାନଗଲେ ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ଣ୍ଣ ଭାବେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରେ ଗଣଧାରଣା ଦିଆଯିବ ବୋଲି ସଂଘର ସଭାପତି ଉଦୟ ନାରାୟଣ ଦାସ,ସମ୍ପାଦକ – ଉଆଳିି ଗୌଡ଼,କୋଷାଧ୍ୟକ୍ଷ – ସମୀର ଦଳବେହେରା,ପ୍ରମୁଖ କାର୍ଯ୍ୟକର୍ତ୍ତା ଡି.ସନାତନ,ବାପି ପ୍ରଧାନ,ସନ୍ତୋଷ କୁମାର ପ୍ରଧାନ,ସଞ୍ଜୟ କୁମାର ଗୌଡ଼,ଶିବପ୍ରସାଦ ପାଣିଗ୍ରାହୀ,କୈଳାସ ବେହେରା, ଭଜରାମ ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି।ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ ସମୟରେ ପି.ସନ୍ତୋଷ ରେଡ୍ଡୀ,କୃଷ୍ଣଚନ୍ଦ୍ର ସେଠୀ, ଯୁଗୋଳ କିଶୋର ପତି,ବି.ପାରମେଶୁ,ଧ୍ଵଜ ସାହୁ,ଆଦିତ୍ୟ କୁମାର ସାହୁ,ମାମା ପାଢ଼ୀ,ଲକ୍ଷ୍ମୀ କୁମାରୀ ପ୍ରଧାନ,ମିନତୀ ଦେବୀ,ସୁଜାତା ପ୍ରଧାନ,ସୁଷମା କୁମାରୀ ଗୌଡ଼,ବି.ସୁଜାତା,ନାରାୟଣ ପ୍ରଧାନ,ପ୍ରଣତି ଦାସ,ଅର୍ଚ୍ଚନା ସାମନ୍ତରା,ଲକ୍ଷ୍ମୀ ପ୍ରଧାନ ପ୍ରମୁଖ ସଙ୍ଘର ବହୁ ସଂଖ୍ୟକ ସଦସ୍ୟା ସଦସ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ