ତିରିଂରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):କରୋନା ମହାମାରୀ ପାଇଁ ସାଧାରଣ ଜନତାଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ସବୁଠାରୁ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ, ମୂଲିଆ, ଖଟିଖିଆ, ଦୋକାନୀ ପ୍ରମୁଖ ।ସାଧାରଣ ଲୋକଙ୍କ ସମସ୍ୟା ନେଇ ସ୍ବର ଉଠାଇଥିଲେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ,ତିରିଂ ଜୋନାଲ କମିଟି ତରଫରୁ କରୋନା କଟକଣା ପାଳନ କରି ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଆୟୋଜନ କରାଯାଇଥିଲା । ଏଥିରେ ନେତୃତ୍ବ ନେଇଥିଲେ ଓଡ଼ିଶାର ବିଶିଷ୍ଟ ବାମପନ୍ଥୀ ନେତା ତ୍ରିନାଥ ପାତ୍ର ।କରୋନାମହାମାରୀ ପାଇଁ ପେଟ୍ରୋଲ, ଡିଜେଲ ଦରବୃଦ୍ଧି, ନିତ୍ୟ ବ୍ୟବହାର୍ଯ୍ୟ ଦରଦାମ ବୃଦ୍ଧି,ମନେରେଗା କାମକୁ ୨୦୦ ଦିନ ବୃଦ୍ଧି, ଦୈନିକ ମଜୁରୀ ୬୦୦ଟଙ୍କା,ଚାଷୀଙ୍କୁ ମାଗଣା ବିହନ, କୀଟନାଶକ ଓ ସାର ଯୋଗାଇବା, ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ, ଶ୍ରମିକ ମାନଙ୍କୁ ମାସକୁ ୭୫୦୦ ଟଙ୍କା ୬ ମାସ ଦେବା ପ୍ରମୁଖ ଦାବି ନେଇ ତିରିଂ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ମୟୂରଭଂଜ ଜିଲ୍ଲାର ଲୋକଙ୍କର ବିଭିନ୍ନ ସମସ୍ୟା ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ସବୁବେଳେ ସଂଗ୍ରାମ ଜାରି ରଖିଛି । ଯାହାଦ୍ବାରା ଲୋକଙ୍କର ଆସ୍ଥା ବଜାୟ ରଖିଛି । ଏହି ଆନ୍ଦୋଳନରେ ଧନୁ ମାରାଣ୍ଡି,ଦୁର୍ଗା ମାରାଣ୍ଡି,ଲଛମନ ମୁର୍ମୁ,କାହ୍ନାୟ ସୋରେନ,ବାଗରାୟ ହେମ୍ବ୍ରମ,ଦୁଲି ହାଁସଦା,ରାୟମଣି ପାତ୍ର,ପାରାଓ ହାଁସଦା ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।


