ତୁମେ ସ୍ବପ୍ନ ନିଦ୍ରା

ତୁମେ ସ୍ବପ୍ନ ତୁମେ ନିଦ୍ରା
ତୁମେ ସୃଷ୍ଟିକର୍ତ୍ତା,
ନିଦ୍ରାବେଳେ ସ୍ବପ୍ନ ମଧ୍ୟେ
ତୁମେ ଦିଅ ବାର୍ତ୍ତା ।

ଶୁଭ କି ଅଶୁଭ ହେଉ
ଯାହା ମୁଁ ଦେଖଇ,
ଘଟିବା ଆଗରୁ ନିଦ୍ରା
ଭାଙ୍ଗିଦେଉ ତୁହି ।

କେବେ ମନେ ପଡିଯାଏ
କେବେ ନପଡଇ,
ଅଶୁଭରେ ଦେହଥରେ
ଶୁଭେ ଖୁସି ମୁହିଁ।

ସପନରେ କଳାମୁହଁ
ଯେବେ ଦେଖିଥାଏ,
ଅଶୁଭ ଦୂରେଇ ସଦା
ଶୁଭ ଲାଭ ହୁଏ ।

ନିଦ୍ରାକାଳେ ସ୍ବପ୍ନ ହୋଇ
ତୁମେ ସଦା ଆସ,
ଏ ଜୀବନେ ଭରିଯିବ
ଆନନ୍ଦ ଉଲ୍ଲାସ ।

ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ