ଥାନାକୁ ଅଭିଯୋଗ କରିବାକୁ ଆସୁଥିବାବେଳେ ବୃଦ୍ଧଙ୍କୁ ଆକ୍ରମଣ

ହାଟଡ଼ିହି,(ଯୁଗାବ୍ଦ ନୁ୍ୟଜ୍) : ଏକ ଜମିଜମା ମାମଲାରେ ଗାଳିଗୁଲଜ ଓ ଧମକ ଦେବାରୁ ଥାନାକୁ ଅଭିଯୋଗ କରିବାକୁ ଯାଉଥିବାବେଳେ ପ୍ରତିପକ୍ଷ ଲୋକମାନେ ବାଟରେ ଆକ୍ରମଣ କରିବାରୁ ବୃଦ୍ଧ ଜଣେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏନେଇ ବୃଦ୍ଧଙ୍କ ପୁତୁରା ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ଅଭିଯୋଗରୁ ଜଣାଯାଇଛି ଯେ ନନ୍ଦିପଦା ଥାନା ସଡଙ୍ଗା (ଧରମପୁର) ଗ୍ରାମର ମଧୁସୁଦନ ନାୟକଙ୍କ ସହ ଗ୍ରାମର ଶଙ୍ଖାଳି ପଳତାଙ୍କ ପରିବାର ମଧ୍ୟରେ ଜମିଜମା ବିବାଦ ଲାଗି ରହିଥିଲା । ଏନେଇ ତାଙ୍କର ସମ୍ପର୍କୀୟ ରମ୍ପାସ ଗ୍ରାମର ନରେନ୍ଦ୍ର ଆୟଚ ଗତକାଲି ସଡଙ୍ଗା ଗ୍ରାମକୁ ଯାଇ ମଧୁସୁଦନ ଓ ତାଙ୍କ ପରିବାରକୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ଜୀବନରେ ମାରିଦେବାକୁ ଧମକ ଚମକ ଦେଇ ଆସିଥିଲେ । ଫଳରେ ମଧୁସୁଦନ ଆଜି ନିଜ ପୁତୁରା ଜ୍ଞାନ ରଞ୍ଜନ ନାୟକ ସହିତ ବାଇକରେ ନନ୍ଦିପଦା ଥାନାକୁ ଅଭିଯୋଗ କରିବାକୁ ଯାଉଥିବାବେଳେ ରମ୍ପାସ ନିକଟରେ ନରେନ୍ଦ୍ର ଓ ତାଙ୍କ ବାପା ଯୁଦ୍ଧିÂିର ମଧୁସୁଦନକୁ ଅଟକାଇ ଗାଁ ଭିତରକୁ ନେଇଯାଇ ପ୍ରବଳ ମାଡ ମାରିଥିଲେ । ମଧୁସୁଦନ ଚେତାଶୁନ୍ୟ ହୋଇପଡିଯିବାପରେ ମଧ୍ୟ ପାଣିଛିଞ୍ଚି ପୁନଶ୍ଚ ମାଡ ମାରିଥିଲେ । ସେମାନେ ତାଙ୍କୁ ଛାଡି ପଳାଇବାପରେ ରମ୍ପାସ ଗ୍ରାମର କିଛି ବ୍ୟକ୍ତି ପହଞ୍ଚି ତାଙ୍କୁ ହାଟଡିହି ଡାକ୍ତରଖାନା ନେଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏନେଇ ପୁତୁରା ଜ୍ଞାନ ରଞ୍ଜନ ନାୟକ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ