ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର କରି ବାପ ପୁଅ ଗିରଫ

ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ସହରରେ ଶୁକ୍ରବାର ସନ୍ଧ୍ୟାରେ ମାସ୍କ ଚେକିଂ ହେଉଥିବା ବେଳେ ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର କରି ବାପ ପୁଅ ଗିରଫ ହୋଇଥିବା ଜଣାପଡିଛି । ପୋଲିସର ସୂଚନାନୁଯାୟୀ, କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କରାଯାଇଥିବା ନିୟମାନୁଯାୟୀ ଶୁକ୍ରବାର ଯୋଡା ଥାନା ଅଧିକାରୀ ରାଇସେନ୍ ମୁର୍ମୁ ମାସ୍କ ଚେକିଂ କରୁଥିଲେ । ଏହି ସମୟରେ ଯୋଡା ଅଂଚଳର ଯୁବକ ଜଜାତି ମହାନ୍ତ ମାସ୍କ ନପିନ୍ଧି ବାଇକରେ ଯାଉଥିବା ବେଳେ ପୋଲିସ ତାଙ୍କୁ ଅଟକାଇ ମାସ୍କ ନପିନ୍ଧିଥିବାରୁ ଜୋରିମାନା କରିଥିଲେ । ମାତ୍ର ଯୁବକ ଜଜାତି ମହାନ୍ତ ଜୋରିମାନା ଦେବାକୁ ମନା କରି ପୋଲିସକୁ ର୍ଦୁବ୍ୟବହାର କରିଥିଲେ । ପୋଲିସ ଯୁବକଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଯୋଡା ଥାନାକୁ ନେଇଥିବା ବେଳେ ଯୁବକଙ୍କ ବାପା ଦୟାନିଧି ମହାନ୍ତ ଥାନାକୁ ଆସି ଆଇଆଇସି ରାଇସେନ୍ ମୁର୍ମୁଙ୍କ ସମେତ ଥାନାର ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହିତ ଭୟାନକ ପରିମାଣ ଭୋଗିବ ବୋଲି କହି ଧମକ ଦେଇଥିଲେ । ପୋଲିସକୁ ଏହି ଦୁର୍ବ୍ୟବହାର ଅଭିଯୋଗରେ ଯୋଡା ପୋଲିସ କେଶ ନଂ ୧୦୧/୨୦୨୦ ଦଫା ୩୫୩, ୩୫୫, ୨୬୯, ୨୭୦, ୫୦୬, ୩୪ ଆଇପିସି ରୁଜୁ କରିବା ସହିତ ଉଭୟ ବାପ ପୁଅ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ବାପ ଓ ପୁଅ ଉଭୟ ଟାଟାଷ୍ଟିଲ କମ୍ପାନୀର କର୍ମଚାରୀ ବୋଲି ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ