ଦଣ୍ଡନାଚ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳି ଥାନା ସାରୁ ଗ୍ରାମରେ ଦଣ୍ଡନାଚ ଅଧିକାରୀ ଟୁନା ସେଠି(୪୩)ଙ୍କ ସହ ଦଣ୍ଡନାଚ ପରିବେଷଣକୁ କେନ୍ଦ୍ର କରି ସେହି ଗ୍ରାମର କିଛି ଯୁବକଙ୍କ ସହ ମତାନ୍ତର ହୋଇଥିଲା । ଗତ ମାର୍ଚ୍ଚ ୨୬ ତାରିଖ ସନ୍ଧ୍ୟାରେ ଟୁନା ଗ୍ରାମ ଫୋଖରୀକୁ ସ୍ନାନ କରିବାକୁ ଯାଇଥିବା ବେଳେ ସେହି ଗ୍ରାମର ବାପା ସୁଶାନ୍ତ ସେଠି ଓ ତାଙ୍କ ପୁଅ ଗଙ୍ଗା ସେଠି ମିଶି ଏକ କାତିରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଟୁନା ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆହତ ଟୁନାଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ କେସ ନଂ- ୧୮୬/୨୩ରେ ଏକ ମାମଲା ରୁଜୁ କରି ଆକ୍ରମଣକାରୀ ବାପା ସୁଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ଗଙ୍ଗା ସେଠି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ତେବେ ଗିରଫ ଭୟରେ ମୁଖ୍ୟ ଅଭିଯୁକ୍ତ ଗଙ୍ଗା ଗୁରୁବାର ହିଞ୍ଜିଳିକାଟୁ ଜେଏମଏଫସି କୋର୍ଟରେ ଆତ୍ମସର୍ମପଣ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ