ଦରଦୀ ମଣିଷ ଗୋକୁଳି ସାମଲଙ୍କ ଦେହାନ୍ତ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ମଣିଷ ଜୀବନର ତତ୍ତ୍ୱକୁ ଅତି ଭଲଭାବେ ବୁଝୁଥିବା ଦରଦି ମଣିଷ, ଧାର୍ମିକ, ସାଂସ୍କୃତିକ ଅନୁଷ୍ଠାନ ବଂଚାଇ ରଖିବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଭଣ୍ଡାରିପୋଖରୀ ବ୍ଲକ ତୁଳସୀପୁର ଗ୍ରାମର ସମାଜସେବୀ ଗୋକୁଳାନନ୍ଦ ସାମଲ(୬୩)ଙ୍କ ଦେହାନ୍ତ ହୋଇଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ତାଙ୍କୁ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ୍ୟୁ ଖବର ପାଇ ତୁଳସୀପୁରସ୍ଥିତ ବାସ ଭବନରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ । ଯୁବ ନେତା ସୁବ୍ରତ ଦାସ, ରୋଟାରୀ କ୍ଲବ ସଭ୍ୟ ଅଜିତ୍ ଦାସ, ସମାଜସେବୀ ଅକ୍ଷୟ ସାହୁ, ସରପଞ୍ଚ ମଣିକାଞ୍ଚନ ସେନାପତି, ଜଗବନ୍ଧୁ ଦାସ, ବିଜୟଶଙ୍କର ମହାନ୍ତି, ପ୍ରାଶାନ୍ତ ସାହୁ, ସମାଜସେବୀ ରଜନୀକାନ୍ତ ଚନ୍ଦ, ସତ୍ୟାନନ୍ଦ ମହାପାତ୍ର, ଲଳିତ ରାଉତ, ଲକ୍ଷ୍ମୀକାନ୍ତ ସାହୁ, ହଳଧର ସାହୁ, ଗଦାଧର ସାମଲ, ଭଗବାନ ନାୟକ, ଅନନ୍ତ ତ୍ରିପାଠୀ, ଗିରଶ ସାମଲ, ଲକ୍ଷ୍ମୀଧର ସାହୁ, ଶିକ୍ଷାବିତ୍ ଶରତ ଚନ୍ଦ୍ର ମହାପାତ୍ର, ପବନ କୁମାର ନାୟକ, ପ୍ରେସକ୍ଲବର ଶ୍ୟାମସୁନ୍ଦର ମହାପାତ୍ର, ଦୁର୍ଯ୍ୟଧନ ଲେଙ୍କା ପ୍ରମୁଖ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ସାମଲ ପ୍ରାଣପ୍ରତିଷ୍ଠାତା ସଦସ୍ୟଥିବା ଅନୁଷ୍ଠାନ ଶ୍ରୀରାମ ଦୟାପରିଷଦ, ଗଣେଶ ପୁଜା କମିଟି, ବାସନ୍ତୀ ଦୁର୍ଗା କମିଟି, ସଦର ବଜାର ଦୁର୍ଗାପୁଜା, କାଳୀପୁଜା ତଥା ଭଣ୍ଡାରିପୋଖରୀ ମୁନ୍ସି ମେଲଣ କମିଟିର ସଦସ୍ୟ ମାନେ ତାଙ୍କ ଶବ ଶୋଭାଯାତ୍ରାରେ ସାମଲି ହୋଇ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ବୈତରଣୀ ତଟ ବାରୁଣୀ ପଡିଆ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡପୁଅ ଦୀଲିପ ମୁଖାଗ୍ନି ଦେଇଥିଲେ । ଅନୁଷ୍ଠାନ ପ୍ରେମୀଙ୍କ ଅକାଳମୃତ୍ୟୁରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ଗଭୀର ଶୋକ ପ୍ରକାଶ କରିଛନ୍ତି ।