ଦଶକୋଟିର ଗଞ୍ଜେଇ ଚାଷ ନଷ୍ଟ
ଆର.ଉଦୟଗିରି,(ଦେବାଶିଷ କାର୍ଜି): ଗଜପତି ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆର. ଉଦୟଗିରି ଥାନା ଅଧିକାରିଣୀ ମମତା ନାୟକଙ୍କ ନେତୃତ୍ୱରେ ଜ଼ିଲ୍ଲା ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ବିମାନପୁର ଗ୍ରାମ ଜଙ୍ଗଲର ୫୧ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଏକ ଲକ୍ଷ ଛବିଶ ହଜାର ଛଶହ ଷାଠିଏ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଛନ୍ତି l ନଷ୍ଟ ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ଦଶକୋଟି ଛବିଶ ଲକ୍ଷ ଷାଠିଏ ହଜାର ହେବ ବୋଲି ସୂଚନା ମିଳିଛି l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅପେରସନ ଗ୍ରୀନହଣ୍ଟ ମାଧ୍ୟମରେ ପୋଲିସ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି କିନ୍ତୁ ଏହା କେତେ ଫଳପ୍ରଦ ହେଉଛି ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା |