ଚାଷୀମାନେ ଆତ୍ମଘାତୀ ପଦକ୍ଷେପ ନେବା ପୂର୍ବରୁ ଘୁଷୁରୀ ପଦ୍ରୁବଭାବ ହଟାଇବାକୁ ଦାବି
କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): କାଶୀନଗର ରଇତ ସଂଘ ତରଫରୁ ୨୦ ତାରିଖ ଦିନ ଏନଏସି ନିର୍ବାହୀ ଅଧିକାରୀ ଡାକ୍ତର ସତ୍ୟ ସମ୍ପର୍ଣ୍ଣା ରାଉତଙ୍କୁ ଦୁଇଟି ଦାବିପତ୍ର ଦିଆଯାଇଛି | ଗୋଟିଏ ଦାବିପତ୍ର ଚନ୍ଦ୍ରାୟାକାର ମର୍ଜିର ସବୁବେଳେ କାଦୁଆ ହୋଇ ରହୁଥିବା ଅଂଶରେ ପକ୍କା ରାସ୍ତା ନିର୍ମାଣ ସମ୍ପର୍କୀୟ ହୋଇଥିବା ବେଳେ ଅନ୍ୟ ଦାବୀପତ୍ରଟି ଚାଷୀମାନେ ଆତ୍ମ ଘଟି ପଦକ୍ଷେପ ନେବା ପୂର୍ବରୁ ଘୁଷୁରୀ ପଦ୍ରୁବଭାବ ପ୍ରଶାସନିକ ଉଦ୍ୟମରେ ହଟାଇବାକୁ ପଦକ୍ଷେପ ନିଆଯାଇଛି | ସ୍ଥାନୀୟ ପୋଲିସ ଷ୍ଟେସନ ନିକଟରେ ଚନ୍ଦ୍ରାୟାକାର ମର୍ଜି ନାମକ ଜାଗା ରହିଛି | ଯାହା ବହୁ ଚାଷୀ ଫସଲ ଉତ୍ପାଦନ ପରେ ତାହା ମୁଖ୍ୟ ରାସ୍ତାକୁ ଆଣିବା ପାଇଁ ଏକ ମାତ୍ର ବାଟ | କିନ୍ତୁ ଜଳ ନିଷ୍କାସନ ଅସୁବିଧା ଇତ୍ୟାଦି କାରଣରୁ ବର୍ଷ ସାରା ତାହା କାଦୁଆ ହୋଇ ରହିଛି | ସେଠାରେ ପକ୍କା ରାସ୍ତା ନିର୍ମାଣ କରାଗଲେ ସୁବିଧାରେ ଟ୍ରାକ୍ଟର ଶଗଡ଼ ଇତ୍ୟାଦି ଯାଇପାରିବ ବୋଲି ଚାଷୀ ମାନେ କହିଛନ୍ତି | ଅନ୍ୟ ଦାବିପତ୍ର ଅନୁଯାୟୀ ଘୁଷୁରୀ ପଲ ପଶି ଏକର ଏକର ଧାନ ଫସଲ ନଷ୍ଟ କରିଦେଉଛନ୍ତି | ପ୍ରଶାସନକୁ ଘୁଷୁରୀ ପଦ୍ରୁବଭାବ ହଟାଇବା ପାଇଁ ଅନୁରୋଧ ପରେ ଭି କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଇନାହିଁ | ତେଣୁ ହତାଶ ଚାଷୀ ମାନେ ଆତ୍ମଘାତୀ ପଦକ୍ଷେପ ନେବା ବା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ସମ୍ପର୍କରେ ରଇତ ସଂଘ ତରଫରୁ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଇଛି | ଯେତେ ଶୀଘ୍ର ସମ୍ଭବ ପୋଲିସ , ପ୍ରଶାସନ ଓ ରଇତ ସଂଘକୁ ଡାକି ଏକ ବୈଠକ କରିବାକୁ ଦାବି ଉପସ୍ଥାପିତ ହୋଇଛି | ନିର୍ବାହୀ ଅଧିକାରୀ ଡାକ୍ତର ରାଉତ ସନ୍ଧ୍ୟାରେ ଘୁଷୁରୀ ମାଲିକ ମାନଙ୍କୁ ଡକାଇ ଆଲୋଚନା କରିବେ ଓ ମଙ୍ଗଳବାର ଦିନ ବୈଠକ ଡାକିବାକୁ ପ୍ରତିଶୃତି ଦେଇଛନ୍ତି | ବହୁ ଚାଷୀ ସଂଘ ସଭାପତି ପ୍ରଶାନ୍ତ ମିଶ୍ରଙ୍କ ନେତୃତ୍ୱରେ ଦାବିପତ୍ର ଦେଇଛନ୍ତି |


