ଦିଗପହଣ୍ଡି ରେ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ କମ୍ୟୁନିଷ୍ଟ ପାର୍ଟି ସିପିଆଇ ଏବଂ ସିପିଆଇ(ଏମ) ପକ୍ଷରୁ ସୋମବାର ନେତାଜୀ ଜୟନ୍ତୀ ପାଳନ କରାଯାଇଥିଲା। ସିପିଆଇ(ଏମ) ର ଆଞ୍ଚଳିକ କମିଟି ସମ୍ପାଦକ ଆଇନଜୀବୀ କୁରେଶୁ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସିପିଆଇ( ଏମ )ର ପୂର୍ବତନ ଜିଲ୍ଲା ସମ୍ପାଦକ କୈଳାଶ ଷଡ଼ଙ୍ଗୀ, ଶ୍ରମିକ ନେତା ଅଶ୍ୱିନୀ ଦାସ,ଜୟନ୍ତୀ ବାଳା, ଦିଗପହଣ୍ଡି ବ୍ଲକ କୃଷକ ସଭା ସମ୍ପାଦକ ପି. ଶିବ ଶଙ୍କର, ସିପିଆଇ ଜିଲା କମିଟି କାର୍ଯ୍ୟକର୍ତ୍ତା ଅଳକ ନାଥ ମିଶ୍ର, ବଡ଼ ଖେମୁଣ୍ଡି ଜୋନାଲ କମିଟି ସମ୍ପାଦକ କିଶୋର ଶତପଥୀ ଅତିଥିଭାବେ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମରେ ସୁବାସ ଚନ୍ଦ୍ର ବୋଷଙ୍କ ଅବଦାନ ସମ୍ପର୍କରେ ଉଦବୋଧନ ଦେଇଥିଲେ।ଆୟୋଜିତ ସଭାରେ ଦିଗପହଣ୍ଡି, ତୁରୁବୁଡି, ସିଦ୍ଧେଶ୍ଵର, ରାଜପୁର, କୁଶପଡା ପ୍ରଭୃତି ଅଞ୍ଚଳରୁ ବହୁ କୃଷକ, ଶ୍ରମିକ ଯୋଗ ଦେଇଥିଲେ। ସିପିଆଇ ଦିଗପହଣ୍ଡି ଶାଖା ସମ୍ପାଦକ ତପନ କୁମାର ମିଶ୍ର, କାର୍ଯ୍ୟକର୍ତ୍ତା ସମୀର ଚନ୍ଦ୍ର ମିଶ୍ର, ମୂଷା ବେହେରା ରମେଶ ଭୂୟାଁ ସିପିଆଇ(ଏମ) ର ଅର୍ଦୁ .ହରି, ଅର୍ଦୁ. ଘନ, ଅର୍ଦୁ. ପୁରୁଷୋତ୍ତମ, ଅର୍ଦୁ .ସୂର୍ଯ୍ୟ ନାରାୟଣ, ଭି ସୁଦର୍ଶନ ରାଜୁ, ପି. ହରିଶ୍ଚନ୍ଦ୍ର, ଅବସରପ୍ରାପ୍ତ ଶିକ୍ଷକ ପଦ୍ମ ଚରଣ ମେକାପ, ସୁବାସ ଚନ୍ଦ୍ର ଚୌଧୁରୀ, ରାମ ଚନ୍ଦ୍ର ଗୌଡ଼, ରାମ ସେଠି, ଉପେନ୍ଦ୍ର ବେହେରା, କଟୁ. ମୋହନ ରାଓ, ରାଧା ଶ୍ୟାମ ପାଣିଗ୍ରାହୀ, ମନୋଜ ବିଶୋଇ, ପର୍ଶୁରାମ ବିଶୋଇ, ଲୋକନାଥ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।