ଦିନ ପରେ ଦିନ ବିତୁଛି, ଖୋଲାଯାଉନି ଟେଣ୍ଡର
ହାଟଡ଼ିହି,(ବିକାଶ ବିଶ୍ୱାଳ): ହାଟଡିହି ତହସିଲରେ ବାଲିଘାଟ ଟେଣ୍ଡରକୁ ନେଇ ବିଡର ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୯/୧୦/୨୦୨ରେ ଡିମିରିଆ ବାଲିଘାଟ ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୬ ନଭେମ୍ବର ୨୬ତାରିଖରେ ଟେଣ୍ଡର ପକାଇବାର ଶେଷ ଦିବସ ଧାର୍ଯ୍ୟ କରାଯାଇଥିବାବେଳେ ୨୭ତାରିଖ, ୨ ତାରିଖ ଓ ୭ତାରିଖ ଏହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ମାତ୍ର ୨୭ତାରିଖ ହାବଳେଶ୍ୱର ବାଲିଘାଟର ଟେଣ୍ଡର ଖୋଲା ଯାଇଥିବା ବେଳେ ଡିମିରିଆ ବାଲିଘାଟର ଶୁଣାଣି ସ୍ଥଗିତ ରଖାଯାଇଥିଲା । ପରବର୍ତ୍ତି ତାରିଖ ଡିସେମ୍ବର ୨ ଓ ଡିସେମ୍ବର ୭ତାରିଖକୁ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ଶୁଣାଣି ହୋଇ ପାରିଲାନାହିଁ । ଫଳରେ ଟେଣ୍ଡର ପକାଇଥିବା ବିଡର ମାନେ ନିୟମିତ ତହସିଲକୁ ଆସି ଆସି ନୟାନ୍ତ ହୋଉଛନ୍ତି । ସେମାନଙ୍କ କହିବାନୁଯାଇ ଆମେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ଟେଣ୍ଡର ପକାଇଲୁ, ଶୁଣାଣି ତାରିଖରେ ଆମେ ମାନେ ନିୟମିତ ଆସି ବସିବସି ଫେରୁଛୁ କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ତାରିଖ ଆମକୁ ଦିଆଯାଉ ନାହିଁ । ଫଳରେ ଆମେମାନେ ମାନସିକ ଦୁଶ୍ଚିନ୍ତାରେ ଦିନ କାଟୁଛୁ ବୋଲି ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ତହସିଲର ଜଣେ ବରିଷ୍ଠ କର୍ମଚାରୀଙ୍କୁ ପଚାରିବାରେ ଡିମିରିଆ ବାଲିଘାଟକୁ ନେଇ ଏକ ମାମଲା ହାଇକୋର୍ଟରେ ଦାଖଲ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।