ଦିବଂଗତ ନେତା ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଜନ୍ମଦିବସ ପାଳିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଳକ ଅନ୍ତର୍ଗତ ବ୍ଳକଛକସ୍ଥିତ ଆଶ୍ରା ଜରା ନିବାସ ପରିସରେ ବ୍ଳକ ବିଜୁ ଯୁବ ଓ ଛାତ୍ର ଜନତା ପକ୍ଷରୁ ଦିବଂଗତ ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଷ୍ଣୁ ଚରଣ ଦାସଙ୍କର ଜନ୍ମ ଜୟନ୍ତୀ ଗୁରୁବାର ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଛାତ୍ର ଉପସଭାପତି ଆଲୋକ ରଂଜନ ମହାନ୍ତି ଓ ଜିଲ୍ଲା ସଂପାଦକ ପୃଥୀରାଜ ମହାନ୍ତିଙ୍କ ନେତୃତ୍ୱରେ ସ୍ୱର୍ଗତ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ସ୍ୱର୍ଗତ ଦାସଙ୍କ ଜଗତସିଂହପୁର ଜିଲ୍ଲା ପ୍ରତି ଥିବା ଅବଦାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଛାତ୍ର ସଭାପତି ଲୋକନାଥ ଦାସ, ଉପସଭାପତି ଦିବ୍ୟରଂଜନ ନାୟକ, ଛାତ୍ରନେତା ସୁଧୀର ଦାସ, ଜୀବନ ନାୟକ, ସରୋଜ ଦାସ, ଦେବାଶିଷ ମହାନ୍ତି, ବାଦଲ ଜେନା, ବାବୁନି ମହାପାତ୍ର, ସୌମ୍ୟରଂଜନ ମହାନ୍ତି, ସିପୁନ ମହାନ୍ତି, ସମାଜସେବୀ ସ୍ୱରାଜ ପରିଜା ଏବଂ ପପିନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ନିବାସରେ ଥିବା ଅନ୍ତେବାସୀଙ୍କୁ ଫଳ ବଂଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ