ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ପ୍ରଦାନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଡିଆ ଗ୍ରାମର ଦିବ୍ୟାଙ୍ଗ ମହିଳା ସୁମିତ୍ରା ସାହୁଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି । ପ୍ରକାଶ ଯେ, ସଂପୃକ୍ତ ଦିବ୍ୟାଙ୍ଗ ମହିଳା ପୂର୍ବରୁ ଟ୍ରାଇ ସାଇକେଲ ପାଇଥିବା ବେଳେ ତାହା ନଷ୍ଟ ହୋଇଯାଇଥିଲା । ଏସଂପର୍କରେ ଅବଗତ ହେବା ପରେ ବ୍ଲକ ପ୍ରଶାସନ ପୂନର୍ବାର ସଂପୃକ୍ତ ଦିବ୍ୟାଙ୍ଗଙ୍କୁ ନୂତନ ଟ୍ରାଇ ସାଇକେଲ ପ୍ରଦାନ କରିଛି । ବିଡିଓ ରେବେକା ବିଲୁଙ୍ଗଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ସାମାଜିକ ସୁରକ୍ଷା ଅଧିକାରୀ ନିଶାକର ଖୁଣ୍ଟିଆ ସଂପୃକ୍ତ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ । ଟ୍ରାଇ ସାଇକେଲ ପ୍ରଦାନ ବେଳେ କାର୍ଯ୍ୟକ୍ରମ ସହାୟିକା ଲକିପ୍ରଭା ଜେନା, ପି.ଏ.ଜି ଗୋକୁଳ ସେଠୀ, କର୍ମଚାରୀ ରତନି ଜେନା ଉପସ୍ଥିତ ଥିଲେ ।