ଦି ଡ଼ିଷ୍ଟ୍ରିକ୍ଟ ସେଣ୍ଟର ୱନରସ୍ ଆସୋସିଏସନ ତରଫରୁ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର,(ୱାଇଏନ୍ଏସ୍): ଦି ଡ଼ିଷ୍ଟ୍ରିକ୍ଟ ସେଣ୍ଟର ୱନରସ୍ ଆସୋସିଏସନ ତରଫରୁ ତା ୪.୧୦.୨୦୨୦ ରିଖରେ ଶ୍ରୀଯୁକ୍ତ ରଜତ କୁମାର କରଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହ ସଭାରେ ଅସୋସିଏସନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ସଭାରେ ଆଗାମୀ ଦୁର୍ଗାପୂଜା ଉପରେ ଆଲୋଚନା ହୋଇଥିଲା । ପୂର୍ବରୁ ମଧ୍ୟ ଆମ ଦ୍ୱାରା ସାର୍ବଜନୀନ ଦୁର୍ଗାପୂଜା ନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆମ ପୀଠରେ ସ୍ଥାପିତ ଥିବା ଅଷ୍ଟଭୂଜା ମା’ଙ୍କର ଯଥାରୀତି ପୂଜା ହେବା ପାଇଁ ସ୍ଥିର କରାଗଲା । ମାତ୍ର ସାର୍ବଜନୀନ ଦୁର୍ଗାପୂଜା ନାମରେ କିଛି ଲୋକ ଆସୋସିଏସନ ନାମରେ ଚାନ୍ଦା ଆଦାୟ କରୁଥିବା କଥା ଆମ୍ଭମାନଙ୍କ ଦୃଷ୍ଟିଗୋଚର ହୋଇଛି । ନିଜକୁ ସମ୍ପାଦକ ତଥା ଅନ୍ୟାନ୍ୟ କର୍ମକର୍ତ୍ତା ବୋଲାଉଥିବା ଏହି ସଭ୍ୟମାନଙ୍କ ନାମରେ ଆମ ଆସୋସିଏସନ ତରଫରୁ ସିଭିଲ୍ କେସ୍ ଫାଇଲ୍ ହୋଇଛି ଏବଂ ବିଚାରାଳୟ ଦ୍ୱାରା ରହିତାଦେଶ ଅଛି । ଏହାଦ୍ୱାରା ଡ଼ିଷ୍ଟ୍ରିକ୍ଟ ସେଣ୍ଟରରେ ଥିବା ସମସ୍ତ ଗୃହମାଲିକ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟ ଜନସାଧାରଣଙ୍କୁ ଜଣାଇ ଦିଆଯାଉଛି କି ସେମାନେ କାହାର ପ୍ରରୋଚନାରେ ପ୍ରଭାବିତ ନହୋଇ ଚାନ୍ଦା ନ ଦେବାକୁ ଅନୁରୋଧ । ଏହା କୋଭିଡ୍‌-୧୯ର ସରକାରୀ ନିର୍ଦ୍ଦେଶନାମାର ମଧ୍ୟ ବିରୋଧାଚରଣ କରୁଅଛି । ଏହି ସଭାରେ ସାଧାରଣ ସମ୍ପାଦକ ଶ୍ରୀ ସତ୍ୟନାରାୟଣ ମହାନ୍ତି, ସହ ସମ୍ପାଦକ ପବିତ୍ର ମୋହନ ସୁବୁଦ୍ଧି, କ୍ୟାସିୟର ଗୌତମ ବେହୁରା ତଥା କମିଟି ସଭ୍ୟ ଓ ଅନ୍ୟାନ୍ୟ ବରିଷ୍ଠ ସଭ୍ୟ ଯୋଗେନ୍ଦ୍ର ନାଥ ଦ୍ୱାରୀ, ଜିନ୍ଦର ପାଲ ସିଂ, ଗୋପାଳ ଦାସ, ସୁବାସ ଚନ୍ଦ୍ର ସ୍ୱାଇଁ, ବିପନ କୁମାର ଦାଶ, ତପନ କୁମାର ଦାସ, ଶ୍ରୀଧର ଦାସ, ନୃସିଂହ ଚରଣ ଦାସ, କ୍ଷୀରୋଦ କୁମାର ରାୟ, ବି.କେ. ସିଂହ, ଦେବାଶୀଷ ରାୟ, ପ୍ରତାପ ମହାନ୍ତି, ଦିଲ୍ଲିପ କୁମାର ପ୍ରହରାଜ, ହିମାଂଶୁ କୁମାର ମହାରଣା, ଅବିନାଶ ସାହୁ, ଜ୍ୟୋତି ପ୍ରକାଶ ଦ୍ୱିବେଦୀ ଓ ଅନ୍ୟାନ୍ୟ ସଭ୍ୟ ଆଦି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ