ଜିଲ୍ଲାସ୍ତରୀୟ ଗାନ୍ଧୀଜୟନ୍ତୀ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ଆଜି ସକାଳେ ମାଲ୍ୟାର୍ପଣ କରାଯାଇଥିଲା । କେନ୍ଦ୍ରାପଡାର ଗରାପୁର ଛକରେ ଥିବା ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ,ପୁରୁଣାବସଷ୍ଟାଣ୍ଡସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ, ଡଃ ବି.ଆର. ଆମ୍ବେଦକର, ନେତାଜୀ ସୁବାଷ ଚନ୍ଦ୍ର ବୋଷ, କୋର୍ଟ ପରିସରରେ ଥିବା ମହାତ୍ମାଗନ୍ଧୀ, ମଧୁବାବୁ, ଗୋପବନ୍ଧୁ,ଭାସ୍କର ସିନେମାହଲ ନିକଟସ୍ଥ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ଏହି ଅବସରରେ ମାଲ୍ୟାର୍ପଣ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନରହରି ସେଠୀ ମୁଖ୍ୟଅତିଥିଭାବେ ଯୋଗଦେଇ ମାଲ୍ୟାର୍ପଣ କରିଥିବା ବେଳେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲି, ପ୍ରଫେସର ନନ୍ଦକିଶୋର ପରିଡା, ସମ୍ପାଦକ ଗୋପାଳକୃଷ ଜେନା, ଉପସଭାପତି ଫକୀର ମୋହନ ଦାସ,ଦାୟାଦ ସଂଘର ସଭାପତି ବିଚିତ୍ରା ନନ୍ଦ ନାୟକ, ସମ୍ପାଦକ ପଦ୍ମନାଭ ଦାସ, ଜିଲ୍ଲା ଓକିଲ ସଂଘ ସଭାପତି ସରୋଜ ରାଜ ସିଂ, ଶିକ୍ଷାବିତ୍ ଅଜୟ କୁମାର ରାଉତ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଗୁଡିକରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହୁଦୂର ଶାସ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ ଶ୍ଲୋଗାନମାନ ଦିଆଯାଇଥିଲା । ପ୍ରଭାତରେ ସୂଛନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୂନ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ