ଦୀପକ ମହାନ୍ତି ଭୁବନେଶ୍ୱର ବିଜେପି : ଯୁବମୋର୍ଚ୍ଚାର ନୂତନ ଉପସଭାପତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଭାରତୀୟ ଜନତା ଯୁବମୋର୍ଚ୍ଚା ଓଡ଼ିଶା ପ୍ରଦେଶ, ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ଉପସଭାପତି ରୂପେ ଯୁବସମାଜସେବୀ ଦୀପକ ମହାନ୍ତିଙ୍କୁ ନିଯୁକ୍ତି କରାଯାଇଛି । ଜଣେ ଦକ୍ଷ ସଂଗଠକ, ବିିପିୟୁଟି ଛାତ୍ରସଂଘର ପୂର୍ବତନ ଛାତ୍ରନେତା ଓ ଯୁବ ସମାଜସେବୀ ରୂପେ ପରିଚିତ ଶ୍ରୀ ମହାନ୍ତି ଛାତ୍ର ଓ ଯୁବକମାନଙ୍କ ଅଧିକାର ପାଇଁ ଦୀର୍ଘଦିନ ଧରି କାର୍ଯ୍ୟ କରିବା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବା ସହ ବିଭିନ୍ନ ସାମାଜିକ ଅନୁଷ୍ଠାନରୁ ପ୍ରଶଂସିତ ହୋଇଛନ୍ତି ଏବଂ ଜାତୀୟସ୍ତରରେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି । ତାଙ୍କୁ ଏହି ନୂତନ ଦାୟିତ୍ୱ ମିଳିବା ପରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି, ରାଜ୍ୟ ଯୁବସଭାପତି ଇରାଶିଷ ଆଚାର୍ଯ୍ୟ, ଭୁବନେଶ୍ୱର ଜିଲ୍ଳା ସଭାପତି ଶ୍ରୀଯୁକ୍ତ ବାବୁ ସିିଂ, ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ