ଦୀର୍ଘ ୫୦ ବର୍ଷ ପରେ ସରପଞ୍ଚ ବୁଝିଲେ ଦୁଃଖ, ତିଆରି ହେଲା ନଳକୂପ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଦୀର୍ଘ ୫୦ ବର୍ଷ ପରେ ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବଗଦା ଶାସନ ଗ୍ରାମର ଦୁଃଖକୁ ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ସାହୁ ବୁଝିଛନ୍ତି । ଗ୍ରାମରେ ପାନୀୟ ଜଳ ସମସ୍ୟା ଥିବା ବେଳେ ସରପଞ୍ଚଙ୍କ ଉଦ୍ୟମରେ ବୁଢୀ ଜାଗୁଳାଈ ପୀଠ ଠାରେ ଏକ ନଳକୂପ ଖନନ କରାଯାଇଛି । ଏପରିପେକ୍ଷୀରେ ମା’ଙ୍କ ପୀଠରେ ୨ୟ ଥର ପାଇଁ ବାର୍ଷିକ ଚଣ୍ଡି ପୂଜା କରାଯାଇଛି । ଏହି ଗ୍ରାମରେ ପ୍ରାୟ ୨ ଶହ ଲୋକ ବସବାସ କରୁଥିବା ବେଳେ ପାନୀୟ ଜଳ ମୁଖ୍ୟ ସମସ୍ୟା ଥିଲା । ଦୀର୍ଘ ବର୍ଷ ପରେ ଏଠାରେ ନଳକୂପ ବସା ଯାଇଥିବାରୁ ଗ୍ରାମବାସୀଙ୍କ ସମେତ ପଥଚାରୀ ମାନେ ଏଥିରେ ଉପକୃତ ହୋଇପାରିବେ ବୋଲି ସମାଜସେବୀ ହୃଦାନନ୍ଦ ପାଢୀ କହିଛନ୍ତି । ନଳକୂପ ଖନନ କାର୍ଯ୍ୟରେ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ରଘୁନାଥ ତ୍ରିପାଠୀ, ବିଷ୍ଣୁ ତ୍ରିପାଠୀ, ଗଙ୍ଗାଧର ପତି, ପଦ୍ମନାଭ ଦାସ, ମାନସ ରଞ୍ଜନ ପତି, ସବିତାଲତା ମିଶ୍ର, ସୁକେଶ ତ୍ରିପାଠୀ, ସିଦ୍ଧେଶ୍ୱର ପାଢୀ, ଲମ୍ବୋଦର ମିଶ୍ର ସହଯୋଗ କରୁଛନ୍ତି । ଗ୍ରାମର ରାସ୍ତା ସମସ୍ୟା ସଂପର୍କରେ ଗ୍ରାମବାସୀ ମାନେ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଖୁବଶିଘ୍ର ସମାଧାନ କରାଯିବ ବୋଲି ସରପଞ୍ଚ ପ୍ରତିଶୃତି ଦେଇଥିଲେ ।