ପଳସା ବଜାର ଏଟିଏମ୍‌କୁ ଭାଙ୍ଗିଲେ ଦୃବୁର୍ତ୍ତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ତଥା ବନ୍ତ ଥାନା ଅଧିନ ପଳସା ବଜାରସ୍ଥିତ ଏ.ଟି.ଏମ୍‌କୁ ଦୃବୁର୍ତ୍ତମାନେ ସୋମବାର ବିଳମ୍ବିତ ରାତ୍ରିରେ ଭାଙ୍ଗି ଦେଇଥିବା ବେଳେ କୌଣସି କିଛି ଚୋରି ହୋଇନଥିବା ଜଣାଯାଇଛି । ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଥାନାକୁ ଜଣାଇଥିଲେ । ପୋଲିସ ପହଞ୍ôଚ ଘଟଣାର ତଦନ୍ତ ଜାରି ରଖିଛି । ଏନେଇ ଥାନାରେ କେସ ନଂ-୯୩/୨୦ ମୂଳେ ମାମଲା ରୁଜ୍ଜୁ ହୋଇଛି । ପ୍ରକାଶ ଥାଉକି ଯେ, ଗତ କିଛି ଦିନ ଧରି ବନ୍ତ ଥାନା ଅଞ୍ଚଳରେ ବିଭିନ୍ନ ଏ.ଟି.ଏମ୍ ଉପରକୁ ଲୁଟେରା ମାନେ ଟାର୍ଗେଟ କରୁଛନ୍ତି । ବନ୍ତ ବଜାରସ୍ଥିତ ପି.ଏନ୍‌.ବି ଏ.ଟି.ଏମକୁ ଦୃବୁର୍ତ୍ତମାନେ ୨ ଥର ଭାଙ୍ଗିବା ସହ ବ୍ୟାଙ୍କ ପଛ ପାଖ ଗ୍ରୀଲ୍ ଭାଙ୍ଗି ଚୋରି ଉଦ୍ୟମ କରି ବିଫଳ ହୋଇଥିଲେ । ସେହିପରି ପଳସା ବଜାରସ୍ଥିତ ଏ.ଟି.ଏମକୁ ଦୃବୁର୍ତ୍ତ ମାନେ ଏହା ପୂର୍ବରୁ ୪ ଥର ଭାଙ୍ଗି ଲୁଟ୍ ଉଦ୍ୟମ କରି ବିଫଳ ହୋଇଛନ୍ତି । ତେବେ ଏସମସ୍ତ ଘଟଣାର ତଦନ୍ତ ଚାଲିଥିବା ବେଳେ ଲୁଟେରା ଗ୍ୟାଙ୍ଗ୍ ଧରା ପଡି ନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ