ଦୁଇ ଦିନିଆ ସଟ୍ ଡାଉନ୍‌ ହେଲା କୋରାପୁଟ ଜିଲ୍ଲା

ଜୟପୁର, (ଓ୍ବାଇଏନ୍ଏସ୍) : କୋରାପୁଟ ଜିଲ୍ଲାରେ ଜୁଲାଇ ମାସ ସାରା ଶନିବାର ଓ ରବିବାର ୨ ଦିନ ସଟ୍ ଡାଉନ୍ ଘୋଷଣା ହୋଇଛି । ମହାମାରୀ କୋରନାର ମୁକାବିଲା ପାଇଁ ଚଳିତ ଜୁଲାଇ ପ୍ରତି ଶନିବାର ଓ ରବିବାର ୨ ଦିନ ସଟ୍ ଡାଉନ୍ ଘୋଷଣା କରିଛନ୍ତ କୋରାପୁଟ ଜିଲ୍ଲାପାଳ ମଧୁ ସୁଦନ ମିଶ୍ର । ଏହାର ପ୍ରଭାବ ସଟ୍ ଡାଉନ ପ୍ରଥମ ଶନିବାର ଜୟପୁରରେ ଦେଖିବାକୁ ମିଳିଛି । ସଟ୍ ଡାଉନ୍‌କୁ କଡାକଡି କରିଛି ଜୟପୁର ପୋଲିସ । ସବୁ ଛକ ସ୍ଥାନରେ ପୋଲିସ ମୁତୟନ ହୋଇଥିବାବେଳେ ଜୟପୁରରେ ଦୋକାନ, ବଜାର ବସ ଚଳା ଚଳ ବନ୍ଦ ରହିଛି । ଅତ୍ୟାବସିୟ ସାମଗ୍ରୀ ଔଷଧ ଦୋକାନ, କ୍ଷୀର ଦୋକାନ ଖୋଲା ରହିଥିବାବେଳେ ସମସ୍ତ ଦୋକାନ ବନ୍ଦ ରହିଛି । ମୁଖ୍ୟରାସ୍ତା, ଏମଜି ରୋଡ ଜନଶୁନ୍ୟଁ ଦେଖିବାକୁ ମିଳିଛି । ଯାହାର ଅତି ଆବଶ୍ୟକ ସେ ମାନେ ହିଁ ଘରୁ ବାହାରି ଥିବା ଲକ୍ଷ୍ୟ କରାଯାଇଛି । ସଟ୍ ଡାଉନ୍‌ରେ ଘରୁ ବାହାରକୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ୨ ପ୍ଲାଟୁନ ଫୋସ ମତୟନ ହୋଇଥିବା ବେଳେ କେହି ଅମାନିଆ ବିନା କାରଣରେ ବାହାରେ ବୁଲିଲେ ଦୃଢ କାଯ୍ୟାନୁଷ୍ଠାନ ନିଆଯିବ ବୋଲି କୋରାପୁଟ ଏସପି ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ