ଦୁଇ ପ୍ରେମି ଯୁଗଳଙ୍କ ଆତ୍ମହତ୍ୟା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଗତ କାଲି କୁଳିଅଣା ଥାନା ଅନ୍ତର୍ଗତ ପତିହିଞା ଗ୍ରାମ ଶ୍ରୀଚନ୍ଦନପୁର ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆତ୍ମହତ୍ୟା କରିଥିବା ଦୁଇ ଜଣ ହେଲେ ଦିନା ହେମ୍ବ୍ରମ୍ ବୟସ ୨୦ ବାପା ନାରାୟଣ ହେମ୍ବ୍ରମ ଓ ଶ୍ରୀଚନ୍ଦନପୁର ଗ୍ରାମ ଚଟରାୟ ସୋରେନ୍ ଙ୍କ ନାବାଳିକା ଝିଅ ପାର୍ବତୀ ବୟସ ୧୫, ୨ ଜଣ ପ୍ରେମି ଯୁଗଳ ଆତ୍ମହତ୍ୟା କରିଛନ୍ତି । ତେବେ ସୂଚନା ମୁତାବକ ଉକ୍ତ ପ୍ରେମୀ ଯୁଗଳ ୨ ବର୍ଷ ଆଗରୁ ଦୁହେଁ ଦୁହିଁଙ୍କୁ ପ୍ରେମ କରି ଆସୁଥିଲେ ଓ ଭବିଷ୍ୟତ ରେ ସ୍ୱାମୀ ସ୍ତ୍ରୀ ହୋଇ ଘର ସଂସାର କରିବାର ସ୍ୱପ୍ନ ବି ଦେଖିଥିଲେ କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ଯଦିଅ ଘଟଣାର ସଠିକ୍ କାରଣ କିଛି ଜଣାପଡୁ ନାହିଁ ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହି ପ୍ରେମି ଯୁଗଳଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତରଖାନା କୁ ପଠାଇଥିଲେ । ଏ ନେଇ କୁଳିଅଣା ଥାନା ରେ କେସ ନମ୍ୱର ୪୦/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି |