ଦୁର୍ଗମ ଅଚଂଳ ପରିଦର୍ଶନ କଲେ ବିଧାୟକ
ମୋହନା ,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଓଡିଶାର ଦ୍ୱିତୀୟ ବୃହତମ ବ୍ଳକ । ଯାହାକି ୩୯ଟି ପଚାଂୟତକୁ ନେଇ ଦୁର୍ଗମ ପାହାଡିଆ ଆଦିବାସୀ ଭରା ଘଂଚ ଜଙ୍ଗଲର ବ୍ଳକ ।ଏଠି ବିକାଶ ଅପହଂଚ । ରାଜ୍ୟ ସରକାର ବାରମ୍ବାର ସରକାର ଗଠନ କରୁଥିବା ବେଳେ ନିର୍ବାଚନ ସମୟରେ ନେତା ମନ୍ତ୍ରୀ ଙ୍କ ପ୍ରତିଶ୍ରୁତି ଓ ଭାଷଣବାଜୀ ଦେଖିବାକୁ ମିଳିଥାଏ କିନ୍ତୁ ବିକାଶର ଚିତ୍ର ଦେଖିଲେ ଜଣା ପଡୁଛି ଯେପରିକି ଆଜି ପର୍ଯ୍ୟନ୍ତ ଯାଏଁ ମୋହନା ବ୍ଳକର କିଛି ପଚାଂୟତ ସ୍ୱାଧିନ ହୋଇ ନାହାନ୍ତି । କେଉଁଠିତ ବିଦ୍ୟୁତର ସେବା ଠପ୍, ରାସ୍ତା, ପାଣି ଭଳି ଅନେକ ସମସ୍ୟା ଲାଗି ରହିଛି । ଏହି ସମସ୍ୟାର ସାମଧାନ କରିବା ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଦାଶରଥି ଗମାଙ୍ଗ ମଙ୍ଗଳବାର ଦିନ ଗସ୍ତ କରିଛନ୍ତି ଅଡବା ଜୋନ୍ର ଅନେକ ଦୁର୍ଗମ ଅଚଂଳ । ମାଣ୍ଡିମେରା, ବନ୍ଧାଗୁଆ, ବାସମା, ଲିମଡା, ମାତାକୁପା ନାଳ, ଶାରଳାପଦର, ମାଧାପଙ୍କା, କାଲେପାଙ୍କା, ଖାରିମେରା, ଖାରିଗୁଡା ପଚାଂୟତର ବିଭିନ୍ନ ଦୁର୍ଗମ ଅଚଂଳକୁ ଯାଇ ଲୋକଙ୍କ ସହ ମିଳି ମିଶୀ ନିଜର ମୌଳିକ ସମସ୍ୟା ବିଷୟରେ ବୁଝିଥିଲେ । ଉକ୍ତ ଗ୍ରାମ ଗୁଡିକ ପରିଦର୍ଶନ କରିଲା ପରେ ବିଧାୟକ ଶ୍ରୀ ଗମାଙ୍ଗ ନିଜ ଅନୁଭବ କରିଛନ୍ତି ଯେ ବିକାଶ ନାମକୁ ମାତ୍ର ଗାଁ ଗୁଡିକୁ ପକ୍କା ରାସ୍ତା ନାହିଁ , ପିଇବା ପାଣୀ ସୁବିଧା ନାହିଁ , ପକ୍କା ଘର ଖଣ୍ଡେ ନାହିଁ , ବିଦ୍ୟୁତ ସେବା ମଧ୍ୟ ନାହିଁ, ଏହି ସବୁ ସମସ୍ୟାକୁ ତୁରନ୍ତ ସମାଧାନ କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ଦାଶରଥି ଗମାଙ୍ଗ । ମୋହନା କଂଗ୍ରେସ ଜୋନ ସଭାପତି ଶଙ୍କର ପ୍ରଧାନ, ଅଡବା ଜିଲ୍ଲା ପରିଷଦ, ବାଳକକୃଷ୍ଣ ମଲ୍ଲିକ, ଗୌରୀ ଶଙ୍କର ପ୍ରଧାନୀ, ନିର୍ମଲ ପାଲ ଓ ବହୁ କଂଗ୍ରେସ କର୍ମୀ ଗ୍ରସ୍ତ କରିଥିଲେ । ବିଧାୟକଙ୍କ ଗ୍ରସ୍ତକୁ ଦେଖି ଦୁର୍ଗମ ଅଚଂଳବାସୀ ବହୁ ଆନନ୍ଦିତ ସହ ବିଧାୟକଙ୍କୁ ସ୍ୱାଗତ ଜଣାଇଥିଲେ ।