ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ନାଉଗାଁ,(ୱାଇଏନ୍‌ଏସ୍‌): ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ବଜାରରେ ହେବାକୁ ଥିବା ଦୁର୍ଗାପୂଜା ପାଇଁ ନାଉଗାଁ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ କମିଟିର ସଭାପତି ଅଶୋକ କୁମାର ମହାନ୍ତି ଓ ସଂପାଦକ ତଥା ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରଥମ ପ୍ରସ୍ତୁତି ବୈଠକ ଗୁରୁବାର ବଜାରସ୍ଥିତ ଦୁର୍ଗାମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କରୋନା କଟକଣାକୁ ପାଳନ କରାଯାଇ ପୂଜା କରାଯିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତି କରାଯାଇଛି । ଏହି ବୈଠକରେ ଦୁର୍ଗାପୂଜା କମିଟିର ସଦସ୍ୟ ନାରାୟଣ ପଟ୍ଟନାୟକ, ଶରତ ସାହୁ, ଦୀପକ ଲେଙ୍କା, ଟୁଟୁ ସାହାଣୀ, ସାଗର ଦାସ, ଅନନ୍ତ ନାୟକ, ଅଲେଖ ସାହୁ, ବିବେକାନନ୍ଦ ପରିଜା, ରଙ୍ଗା ବାରିକ, ଦେବଜ୍ୟୋତି ମହାନ୍ତି, ବିଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ