ଦୂର୍ଗା ପୂଜା ଓ କାଳୀ ପୂଜା ପାଇଁ ମାର୍ଗ ଦର୍ଶୀକା ପ୍ରସ୍ତୁତ କଲେ ଜିଲ୍ଲା ପାଳ

ଜଗତସିଂହପୁର,(ଅନସୂୟା ରାଉତ): ଆଜି ଜଗତସିଂହପୁର ଜିଲ୍ଲାର ମାନ୍ୟବର ଜିଲ୍ଲାପାଳ ପବିତ୍ର ଦୁର୍ଗା ପୂଜା ଓ କାଳୀ ପୂଜା ପାଇଁ ମାର୍ଗ ଦର୍ଶୀକା ପ୍ରସ୍ତୁତ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ମାର୍ଗ ଦର୍ଶୀକାକୁ ପୂଜା ମଣ୍ଡପ ଗୁଡିକରେ ପାଳନ କରିବାକୁ ଘୋଷଣା କରିଛନ୍ତି । ମୂର୍ତ୍ତିର ଉଚ୍ଚତା ୪ଫୁଟ । ବିନା ଡାକ ବାଜିରେ ପୂଜା କାର୍ଯ୍ୟ ହେବ । ମଣ୍ଡପ ଠାରେ ୭ଜଣ ବ୍ୟକ୍ତି ରହି ପାରିବେ । ଉଚ୍ଚ ସ୍ଥାନରେ ମୂର୍ତ୍ତି ରହିବ । ଭସାଣିରେ କୌଣସି ବାଜା ବଜାଇବାକୁ ନିସିଦ୍ଧ କରାଯାଇଛି । କୋଭିଡ୍ କଟକଣାକୁ କଡାକଡି ପାଳନ ପାଇଁ ମଣ୍ଡପ ସଭ୍ୟ ସଭ୍ୟାଙ୍କୁ ଅବଗତ କରାଇଛନ୍ତି । ସମସ୍ତ ପ୍ରକାରର ଅନୁମତି ଦାୟିତ୍ୱରେ ଉପଜିଲ୍ଲାପାଳ ରହିବେ ବୋଲି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ