ଦୂଷିତ ପାଣି ବ୍ୟବହାର କରି ଝାଡା ବାନ୍ତି ଆକ୍ରାନ୍ତ : ସ୍ୱାସ୍ଥ୍ୟ ଟିମ୍ ଗାଆଁ ରେ ପହଞ୍ଚିଲା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲକ ଏସ ଗୋପାଳପୁର ପଞ୍ଚାୟତ ପୁରୁଣାଗଡ଼ ଗ୍ରାମରେ ଝାଡା ବାନ୍ତି ରୋଗର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଦୁଇ ଜଣ ଗୁରୁତର ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଇ ଘରକୁ ଫେରିଥିବା ବେଳ ପୁଣି ସେହି ଗ୍ରାମରେ ଅନ୍ୟ ଚାରି ଜଣଙ୍କ ସହ ପାଞ୍ଚ ଜଣଶିଶୁ ଝାଡା ବାନ୍ତି ଆକ୍ରାନ୍ତ ପୀଡିତ ହେବା ଭଳି ଅଭାବନୀୟ ଘଟଣା ପୁରୁଣାଗଡ଼ ଅଞ୍ଚଳରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି କରିଛି। ସୂଚନା ଅନୁଯାୟୀ ପୁରୁଣାଗଡ଼ ଗ୍ରାମ ରେ ଝାଡା ବାନ୍ତି ରୋଗ ରେ ଆକ୍ରାନ୍ତ ହେବା ପରେ ତୁରନ୍ତ ଘଟଣା ସ୍ଥଳରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ଟିମ୍ ପହଞ୍ଚି ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଚିକିତ୍ସା କରିଥିବା ଦେଖିବାକୁ ମିଳିଥିଲା । ତିନି ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଆଡପଡା, ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଵା ବେଳେ ଅନ୍ୟ ମାନଙ୍କୁ ଗ୍ରାମରେ ଚିକିତ୍ସା କରାଯାଇଥିବା ଜଣାପଡିଛି । ଆକ୍ରାନ୍ତ ମାନେ ହେଲେ ରାଜେଶ ସେଠୀ, ପୁଷ୍ପାଞ୍ଜଳି ନାଇକ, ରିହାନି ଦାସ,ରାଜେଶ ଦାସ, ମଣ୍ଟି ଦାସ, ଇସନୀ ସେଠି, ସ୍ୱପ୍ନା ଦାସ, ବର୍ଷା ଦାସ, ସର୍ବଣୀ ଦାସ, , ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୂଚନା ମିଳିବା ପରେ ଅଙ୍ଗନବାଡି କର୍ମୀ, ଆଡାପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ଗୌରହରି ସାମନ୍ତରାୟ, ଧିରାଜ କୁମାର ପଣ୍ଡା, ସରୋଜ ପଣ୍ଡା ପ୍ରମୁଖ ପିଡିତ ପରିବାରମାନଙ୍କ ପାଖରେ ପହଞ୍ଚି ସ୍ୱାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିବା ସହ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ସେମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ଗ୍ରାମରେ ଥିବା ନଳକୂପ ର ଗୋଳିଆ ପାଣି ଓ କୁଅଁ ପାଣି ଏବଂ ପୋଖରୀ ଦୂଷିତ ଜଳ ଦ୍ୱାରା ଝାଡା ବାନ୍ତି ବ୍ୟାପୁଥିବା ପ୍ରାଥମିକ ତଦନ୍ତ ରୁ ଅନୁମାନ କରାଯାଉଥିବା ବେଳେ ପାଣି ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠା ଯାଇଥିବା ସୂଚନା ଦେଇଛନ୍ତି ସାନଖେମୁଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ଼.ବାହାନା ଦାସ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ