ଦୃଷ୍ଟିହୀନ ଛାତ୍ର ରଜୋ ମାରାଣ୍ଡି ପାରା ଆଥେଲେଟିକ ପ୍ରତିଯୋଗିତାରେ ଯୋଗ ପାଇଁ ବାଙ୍ଗାଲୋର ଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା):ଓଡିଶା ରାଜ୍ୟ ୧୩ତମ ଜୁନିଅର ଜାତୀୟ ପାରା ଆଥଲେଟିକ ଚମ୍ପିୟାନସିପ- ୨୦୨୪ ଦଳରେ ରାଣୀ ପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ର ପ୍ରାକ୍ତନ ଛାତ୍ର ରଜ ମାରାଣ୍ଡି ସାମିଲ ହୋଇ ଆଜି ବାଙ୍ଗାଲୋର ଗସ୍ତ କରିଛି। ବାଙ୍ଗାଲୋର ର କଣ୍ଟିରଭ ଷ୍ଟାଡିୟମ୍ ଠାରେ ଉକ୍ତ ପ୍ରତିଯୋଗିତା ଜୁଲାଇ ୧୫ ରୁ ଆରମ୍ଭ ହୋଇ ଜୁଲାଇ ୧୭ ଯାଏ ଅନୁଷ୍ଠିତ ହେବ। ଉକ୍ତ ପାରା ଅଥଲେଟିକ ଚାମ୍ପିଅନସିପ ରେ ରଜ ମାରାଣ୍ଡି ଡିସ୍କାସ ଥ୍ରୋ ଓ ଜବିଲିଁ ଥ୍ରୋ ରେ ଭାଗ ନେବ। ରଜ ମାରାଣ୍ଡି ବର୍ତ୍ତମାନ ଫକିର ମୋହନ କଲେଜ +୨ ଦିତୀୟ ବର୍ଷ କଳା ଛାତ୍ର ଓ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଝିଙ୍କପଦା ଗ୍ରାମ ବାଣ୍ଠୁ ମାରାଣ୍ଡି ଙ୍କ ପୁତ୍ର ଅଟେ। ସକାଳେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଦିବାକର ସ ପୁଷ୍ପଗୁଛ ଦେଇ ଶୁଭକାମନା ସହ ବିଦ୍ୟାଳୟର ଏକମାତ୍ର ପ୍ରାକ୍ତନ ଛାତ୍ର ଦଳରେ ସାମିଲ ହୋଇ ଥିବାରୁ ବିଦ୍ୟାଳୟ ତଥା ଜିଲ୍ଲାର ଗୌରବ ର ବିଜୟ ଆଶ୍ରିବାଦ ରଖି ଥିଲେ।


