ପଦ୍ମପୁର ୟୁଥ୍ ଫର ଡେଭଲପମେଣ୍ଟ ହେଲପିଂ ସୋସାଇଟି ପକ୍ଷରୁ ରକ୍ତ ଦାନ କାର୍ଯ୍ୟକ୍ରମ
ବାଲେଶ୍ୱର, (ସରୋଜ ପଣ୍ଡା):ରେମୁଣା ନିର୍ବାଚନ ମଣ୍ଡଳୀ ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ୟୁଥ୍ ଫର ଡେଭଲପମେଣ୍ଟ ହେଲପିଂ ସୋସାଇଟି ପକ୍ଷରୁ ରକ୍ତ ଦାନ ଶିବିର ଇନ୍ଦିରା ମେମୋରିଆଲ କ୍ଲବରେ ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଉଦଘାଟନ କରିଥିଲେ। ମହିଳା ନେତ୍ରୀ ଶୋଭନା ମହାନ୍ତି, କୃଷ୍ଣ ଚନ୍ଦ୍ର ସାହା,ବିପ୍ଳବ କେଶରୀ ଯାଦବ ପ୍ରମୁଖ ଅନ୍ୟତମ ଅତିଥିଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସୋସାଇଟିର ସଭାପତି ବିକ୍ରମ ବିଶ୍ବାଳ, ସମ୍ପାଦକ ରାମଚନ୍ଦ୍ର ମହାର୍ଣ୍ଣ।, ସଦସ୍ୟ ବିଜୟ କୁମାର ବେହେରା,ରାକେଶ ଦାସ,ବିଜୟ ପାତ୍ର,ଚନ୍ଦନ ମହାଳିକ,ଶ୍ରୀନିବାସ ରାଉତ,ତାପସ ଦାସ,ଭୂପତି ମହାଳିକ,ରବୀନ୍ଦ୍ର ପାତ୍ର,ଜୟନ୍ତ ପାତ୍ର,ମହେନ୍ଦ୍ର ରାଉତ,ପୂର୍ଣ୍ଣଚନ୍ଦ୍ର,ଅଜୟ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।


