ଦେଓ ବିସ୍ଥାପିତଙ୍କୁ ବକେୟା ପ୍ରାପ୍ୟ ଦାବିରେ ସମୂହ ଧାରଣା ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ର ମିରିଗିନେଣ୍ଡି ପଞ୍ଚାୟତ ଅଞ୍ଚଳ ରେ ଅବସ୍ଥିତ ଦେଓ ଜଳସେଚନ ପ୍ରକଳ୍ପ ବୁଡି ଅଂଚଳ ୯ ଗୋଟି ଗ୍ରାମର ୯୮୪ ବାସଚ୍ୟୁତ ପରିବାର ସଦସ୍ୟ ମାନେ ପୂର୍ବରୁ ଦେଇଥିବା ଦାବୀ ପତ୍ର ଅନୁଯାୟୀ ବିସ୍ଥାପିତ ପରିବାର ଟଙ୍କା ନପାଇ ସମସ୍ତ ବିସ୍ଥାପିତ ପରିବାର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସାମାଜିକ କର୍ମୀ ଚନ୍ଦ୍ର କୁମାର ଶ୍ୟାମଳେନ୍ଦୁ ଦାସ (ମାଧ) ଙ୍କ ନେତୃତ୍ୱ ରେ ଗଜେନ୍ଦ୍ର ପିଙ୍ଗୁଆ, ଚାମ୍ପେଶ୍ୱର ବାନସିଂ, ସୌତ ପଦୁରିଆ, ନୀଳମଣି ନାଏକ,ଶଶଦେବ ନାଏକ, କୁସୁମିତା ନାଏକ, ଦିନେଶ୍ବରୀ ନାଏକ, ସୁମିତ୍ରା ନାଏକ, ରାସାୟ ବାଗେ, ସାନ ପରାୟ ବାଗେ, ବିନୋଦ ପିଙ୍ଗୁଆ, ସୋମନାଥ ଟୁଡୁ ଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ସକାଳ ୧୦ ଘଟିକା ସମୟରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ ବିସ୍ଥାପିତ ଙ୍କ ପ୍ରମୁଖ ଦାବୀ ଗୁଡିକ ହେଲା ୧.୧.୧୭ କୋଟ ଅଫ ଡେଟ ଅନୁଯାୟୀ କ୍ଷତି ପୂରଣ ରାଶି ପ୍ରଦାନ, ଅନେକ ବିସ୍ଥାପିତ ଜମିପଟ୍ଟା ପାଇନଥିବାରୁ ତାଙ୍କୁ ଜମିପଟ୍ଟା ପ୍ରଦାନ, ଅନେକ ବିସ୍ଥାପିତ ପରିବାର ଠାରୁ ୨୦ ଡ଼ିସିମିଲ ଜମିର ଅର୍ଥ କଟାଯାଇ ମାତ୍ର ୪ ଡ଼ିସିମିଲ ଜମି ଦିଆଯାଇଛି ତାଙ୍କୁ ତୁରନ୍ତ ବକେୟା ଜମି ପ୍ରଦାନ, ଅନେକ ବିସ୍ଥାପିତ ଙ୍କ ଜମିରେ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ କ୍ଷତିପୂରଣ ପାଇନାହାନ୍ତି ତାଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ, ପୁନର୍ବାସ ଓ ଥଇଥାନ ଆଇନ ଉପରେ ଅଭିଜ୍ଞତା ଥିବା ବ୍ୟକ୍ତି ଙ୍କୁ କମିଟିଭିରେ ସାମିଲ କରି ତଦନ୍ତ ସହିତ ବିସ୍ଥାପିତ ଙ୍କୁ ନ୍ୟାୟ ପ୍ରଦାନ କରାଯାଉ ଦାବୀ ରେ ଦିନ ଯାକ ଧାରଣା ରେ ବସିରହିଥିଲେ
ପରେ ଦିବା ୪ ଘଟିକା ସମୟରେ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ସହକାରୀ ଜିଲ୍ଲାପାଳ ନିହାର ରଞ୍ଜନ ସେଠି, ସେକ୍ସନ ଅଫିସର ଧିରେନ ଭୋଇ ଆନ୍ଦୋଳନ କାରୀ ଙ୍କ ସହିତ ଆଲୋଚନା କରି କମିଟି ଗଠନ କରି ବିସ୍ଥାପିତ ଙ୍କୁ ନ୍ୟାୟ ପ୍ରଦାନ ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ବିସ୍ଥାପିତ ଙ୍କ ଧାରଣା ସ୍ଥଳରେ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଦେଇଥିବା ପ୍ରତିଶୃତି ଅନୁଯାୟୀ ଆଗାମୀ ୭ ଦିନ ମଧ୍ୟରେ ପ୍ରତିଶୃତି କାର୍ଯ୍ୟକାରୀ ବା ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ ନହେଲେ ଆଗାମୀ ୭ ଦିନ ପରେ ରାସ୍ତାରୋକ ସହିତ ଅହୋରାତ୍ର ଆନ୍ଦୋଳନ ହେବ ବୋଲି ସାମାଜିକକର୍ମୀ ମାଧ ଦାସ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି.