ଦେଶର ଅଦ୍ଭୁତ ସ୍ଥାନ, ନାହିଁ ଅଳଙ୍କାର ଦୋକାନ
ଦେଶରେ ଏମିତି ଗୁଡ଼ିଏ ସ୍ଥାନ ରହିଛି, ଯେଉଁଠାରେ ସୁନା, ରୁପା ଦୋକାନ ନଥିବ । ମାତ୍ର ହିମାଚଳ ପ୍ରଦେଶର ବୈଜନାଥ ନାମରେ ଏକ ସହର ଏପରି ବି ଅଛି ଯେଉଁଠାରେ ଗୋଟିଏ ବି ହେଲେ ଅଳଙ୍କାର ଦୋକାନ ନାହିଁ । ଏମିତି ନୁହେଁ କି, ଏହି ସହରର ଲୋକ ସୁନା-ରୁପା ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ । ଏଠାକାର ଲୋକମାନଙ୍କ ମନରେ ଧାରଣା ରହିଛି ଯେ ଅଳଙ୍କାର ଦୋକାନ ତାଙ୍କ ଅଞ୍ଚଳ ପାଇଁ ଶୁଭଙ୍କର ନୁହେଁ । ପୂର୍ବରୁ ବି ଯେବେ ଅଳଙ୍କାର ଦୋକାନ ହୋଇଛି ତାହା ଖୁବ୍ କ୍ଷତି ସହିଛି । ନଚେତ ଦୋକାନରେ ନିଆଁ ଲାଗିଯାଇଛି । ଏହି ସହରର ବଜାର ଖୁବ୍ ପୁରୁଣା । ମାତ୍ର ଏଥିରେ ଗୋଟିଏ ହେଲେ ଅଳଙ୍କାର ଦୋକାନ ନାହିଁ । ବୈଜନାଥରେ କେବଳ ଅଳଙ୍କାର ନୁହେଁ, ବରଂ ଦଶହରା ବି ପାଳନ କରାଯାଏ ନାହିଁ । ୧୯୭୪ ମସିହାରେ ଜଣେ ବ୍ୟକ୍ତି ସମ୍ପୃକ୍ତ ଅଞ୍ଚଳରେ ଏକ ଅଳଙ୍କାର ଦୋକାନ ଖୋଲିବାକୁ ଚାହିଁଲେ । ମାତ୍ର ଦୁଃଖର କଥା ହେଉଛି ମାତ୍ର କିଛି ଦିନ ମଧ୍ୟରେ ତାଙ୍କ ଦୋକାନରେ ନିଆଁ ଲାଗିଗଲା । ପରେ ପରେ ଆହୁରି ଦୁଇ ତିନୋଟି ଦୋକାନ ବି ଖୋଲିଥିଲା ସେହି ଅଞ୍ଚଳରେ । ମାତ୍ର ଦୋକାନୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଲା । ପରେ ତାହା ବନ୍ଦ ହୋଇଗଲା । ସେଥିପାଇଁ ଏହି ଅଞ୍ଚଳର ଲୋକ ଅଳଙ୍କାର ଦୋକାନ କରିବାକୁ ପାପ ବୋଲି ମାନନ୍ତି ।


