ଦେଶୀ ଗର୍ଲଙ୍କ ଠୁମ୍କା
ମୁମ୍ବାଇ: ନିକଟରେ ରେନ୍ଡ୍ରପ୍ ମିଡିଆ ପ୍ରତିଷ୍ଠାତା ରୋହିଣୀ ଆୟରଙ୍କ ପାର୍ଟିରେ ଯୋଗ ଦେଇଥିଲେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । କେବଳ ପ୍ରିୟଙ୍କା ନୁହେଁ, ବଲିଉଡର ଅନ୍ୟ କିଛି କଳାକାର ମଧ୍ୟ ଏହି ପାର୍ଟିରେ ସାମିଲ୍ ହୋଇଥିଲେ । ପାର୍ଟିରେ ଅଭିନେତ୍ରୀ ବାଣୀ କପୁରଙ୍କ ସହ ପ୍ରିୟଙ୍କା “ଘୁଙ୍ଗୁରୁ’ ଗୀତରେ ନାଚ କରିଥିଲେ ।
ହ୍ରିତିକ୍, ଟାଇଗର୍ ଶ୍ରାଫ୍ ଓ ବାଣୀଙ୍କ ଅଭିନୀତ ‘ୱାର୍’ ଫିଲ୍ମର ଏକ ଫେମସ୍ ଟ୍ରାକ୍ ହେଉଛି “ଘୁଙ୍ଗୁରୁ’ । ଏହି ଗୀତର ସିଗ୍ନେଚର ସ୍ଟେପ୍ କରିବାକୁ ବି ପାର୍ଟିରେ ପ୍ରିୟଙ୍କା ଚେଷ୍ଟା କରିଥିଲେ । ବାଣୀ ଓ ପ୍ରିୟଙ୍କା ଏହି ଗୀତରେ ନାଚିଥିଲେ ଓ ଖୁବ୍ ମସ୍ତି କରିଥିଲେ ।
ଦୁହେଁ ନାଚିବା ସମୟର ଭିଡିଓକୁ “ଫିଲ୍ମିକୁକ୍’ ତା’ ଇନ୍ଷ୍ଟାଗ୍ରାମ୍ ପେଜରେ ଶେଆର କରିଛି । ଏହି ଭିଡ଼ିଓକୁ ଦେଖିବା ପରେ ପ୍ରିୟଙ୍କା ଓ ବାଣୀଙ୍କ ପ୍ରଶଂସକ ମାନେ ଖୁବ୍ କମେଣ୍ଟ କରିଥିଲେ । ଫ୍ୟାନମାନଙ୍କୁ ଏ ଦୁହିଁଙ୍କ ନାଚ ବେଶ୍ ପସନ୍ଦ ଆସିଥିଲା ।
ସୂଚନାଯୋଗ୍ୟ, ନିକଟରେ ପ୍ରିୟଙ୍କାଙ୍କ ଅଭିନୀତ ଫିଲ୍ମ “ଦ ସ୍କାଏ ଇଜ୍ ପିଙ୍କ’ ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ ତାଙ୍କ ସହ ଫରହାନ୍ ଅଖତର ଓ ଜାୟରା ୱାସିମ୍ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।