ଦେୱାନପାଟଣା ଲକ୍ଷ୍ମୀନାରାୟଣ ମନ୍ଦିର ବାର୍ଷିକ ଉତ୍ସବ : ‘ସଂସ୍କୃତି-ପରମ୍ପରା ସହ ଉତ୍ତର ପିଢ଼ିଙ୍କୁ ସଂଯୋଗ କରିବା ଉଚିତ’

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ସହରର ଦେୱାନପାଟଣାସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିରରେ ୧୨୭ତମ ବାର୍ଷିକ ଉତ୍ସବ ଅବସରରେ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ ସହ ସଂସ୍କୃତି ଓ ପରମ୍ପରା ଉଜ୍ଜୀବିତ ରଖିବାରେ ମନ୍ଦିର କମିଟିର ଉଦ୍ୟମ ବେଶ ପ୍ରଶସଂନୀୟ ବୋଲି କହିଥିଲେ । ସଂସ୍କୃତି ଓ ପରମ୍ପରା ଆମ ପରିଚୟ ହୋଇଥିବା ବେଳେ ଏହା ସହ ଉତ୍ତର ପିଢ଼ିଙ୍କୁ ସଂଯୋଗ କରିବା ଉଚିତ ବୋଲି ଶ୍ରୀ ଜେନା ମତପ୍ରକାଶ କରିଥିଲେ । ଜିଲା ପରିଷଦ ଅଧ୍ୟକ୍ଷ ନରାୟଣ ଚନ୍ଦ୍ର ପ୍ରଧାନ, ପୌରାଧ୍ୟକ୍ଷା ସବିତା ସାହୁ, ୱାର୍ଡ କାଉନସିଲର ମୀତା ପଟ୍ଟନାୟକ, ଛାତ୍ରନେତା ସିମନ ଦାସମହାପାତ୍ର, ଦେୱାନପାଟଣା ଲକ୍ଷ୍ମୀନାରାୟଣ ପୂଜା କମିଟିର ପୂର୍ବତନ ସଭାପତି ଶ୍ରୀପତି ମାଝୀ ପ୍ରମୁଖ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବ ଓ ଭାଇଚାରା ସୃଷ୍ଟିରେ ଆୟୋଜିତ ଏହି ଉତ୍ସବ ଦୀର୍ଘ କାଳ ପର୍ଯ୍ୟନ୍ତ ଜାରି ରହୁ ବୋଲି କାମନା କରିଥିଲେ । କମିଟିର ସଭାପତି କୈଳାଶ ମାଝୀ ଏଥିରେ ପୌରହିତ୍ୱ କରିଥିବା ବେଳେ ସମ୍ପାଦକ ରବୀନ୍ଦ୍ର ମାଝୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ଏଥିରେ ପୁରସ୍କୃତ କରିଥିଲେ । ସଭାପରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ଦୁଇ ବର୍ଷର କୋଭିଡ କଟକଣା ପରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଲୋକେ ଉପଭୋଗ କରିଥିଲେ । ଲକ୍ଷ୍ମୀନାରୟଣ ପୂଜା କମିଟି ଆନୁକୂଲ୍ୟରେ କୈବର୍ତ୍ତ୍ୟ ପୂର୍ଣ୍ଣିମାଠାରୁ ଏହି ଉତ୍ସବ ଆରମ୍ଭ ହୋଇଥିଲା । ୫ ଦିନଧରି ପାଳିତ ହେଉଥିବା ଏହି ଉତ୍ସବକୁ ଅବିନାଶ କ୍ଲବର ସଦସ୍ୟମାନେ ପରିଚାଳନା କରିଥିଲେ । ଶିବ ମାଝୀ, ମାନସ ମାଝୀ, ରାଜେଶ ତରେଇ, ଗଣେଶ ମାଝୀ, ଚନ୍ଦ୍ରଶେଖର ମାଝୀ, ଶିବଶଙ୍କର ମାଝୀ, ଜୟନ୍ତ ମାଝୀ, ସୁବ୍ରତ ମାଝୀ, ବୁଲା ମାଝୀ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ