ଦୌଡ଼ି ଓ ଗଛ ଭରସାରେ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ଲୋକେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗ୍ରାମ୍ୟ ଉନ୍ନୟନ ବିଭାଗର (ଆରଡି ) ଯନ୍ତ୍ରୀଙ୍କ ଦୁର୍ନୀତି ଓ ନିମ୍ନମାନର କାର୍ଯ୍ୟ ଯୋଗୁ ଏକ ଅସ୍ଥାୟୀ ରାସ୍ତା ଲଗାତାର ବର୍ଷା ଯୋଗୁ ଭାସି ଯାଇଥିଲା. ସେହି ରାସ୍ତାଟିକୁ ପୁଣି ନିର୍ମାଣ କରାଯାଇ ନ ଥିବା ଯୋଗୁ ଦୌଡ଼ି ଓ ଗଛ ଭରସାରେ ପ୍ରଖର ଜଳସ୍ରୋତ ଉପରେ ଲୋକେ ଅତ୍ୟନ୍ତ ବିପଦପୁର୍ଣ ଭାବେ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ତଥା ଗୋଷାଣି ବ୍ଲକ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଡାଳିମ୍ବପୁର ଗ୍ରାମକୁ ସଂଯୋଗିକରଣ କରୁଥିବା ଏକ ଅସ୍ଥାୟୀ ରାସ୍ତା କିଛି ଦିନ ପୂର୍ବେ ଲଗାଣ ବର୍ଷାରେ ଭାସିଯାଇଥିଲା । ଫଳରେ ଅଞ୍ଚଳର ପ୍ରାୟ ୩ହଜାର ଲୋକଙ୍କ ଜୀବନ ରେଖା କୁହାଯାଉଥିବା ଉକ୍ତ ରାସ୍ତାରେ ଗମନାଗମନ ଠପ୍ ହୋଇପଡିଛି । ପ୍ରଶାସନ ପକ୍ଷରୁ ଏହି ଅସ୍ଥାୟୀ ରାସ୍ତା ଭାସିଯିବା ଦିନ କୁହାଯାଇଥିଲା ଯେ ବର୍ଷା କମିଲେ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବ । ହେଲେ ବର୍ତ୍ତମାନ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ବିଭାଗ ତରଫରୁ ପ୍ରାୟ ୧୦ଗୋଟି ହ୍ୟୁମ ପାଇପ ପକାଯାଇଛି । ହେଲେ ବର୍ଷା କେବେ କମିବ ରାସ୍ତା କେବେ ନିର୍ମାଣ ହେବ ସେନେଇ ଅନାଇ ବସିଛନ୍ତି ଡାଳିମ୍ବପୁର, ଅମରା, ରାଟିଣି ଆଦି ଗ୍ରାମବାସୀ । ତେବେ ଆନ୍ଧ୍ରର ନାର୍ସନ୍ଦ୍ରା-ବସୁନ୍ଦ୍ରା ଦେଇ ପାରଳାଖେମୁଣ୍ଡି ସହର କୁ ଆସିବାକୁ ହେଲେ ୧୦ରୁ୧୨ କିମି ଅଧିକା ରାସ୍ତା ପଡୁଅଛି । ଯାହାକି ଡାଳିମ୍ବପୁର, ଅମରା, ରାଟିଣି ଗ୍ରାମ ପାରଳା ସହର ଠାରୁ ମାତ୍ର ୪ରୁ ୫କିମି ଦୂରରେ ଅବସ୍ଥିତ । ଏପରି ସ୍ଥଳେ ଆନ୍ଧ୍ର ଦେଇ ଯାତାୟତ କରିବା କଷ୍ଟସାଧ୍ୟ ହେଉଛି ବୋଲି ଜଣାଇଛନ୍ତି । ଅପରପକ୍ଷରେ କୌଣସି ଜରୁରୀ କାମ ପଡିଲେ ଲୋକେ ବିଶେଷ କରି ଯୁବାବସ୍ଥାରେ ଥିବା ବ୍ୟକ୍ତିବିଶେଷ ଦୈଡି ଓ ଗଛର ଭରଷାରେ ଏହି ନାଳ ପାର କରୁଥିବାର ଦେଖିବାକୁ ମିଳିଛି । ଦୈଡି ତଥା ଗଛ ତଳେ ନାଳରେ ପ୍ରବାହିତ ହେଉଥିବା ପ୍ରଖୋର ସ୍ରୋତ ରହିଥିବାର ଦେଖିବାକୁ ମିଳୁଛି । ହେଲେ ଲୋକେ ଜରୁରୀ କାର୍ଯ୍ୟରେ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି । ନାଳରେ ସେପାରିରେ ଥିବା ଡାଳିମ୍ବପୁର ଅଞ୍ଚଳରେ କେରାଣ୍ଡି ଏବଂ ପାରଳା ସହର ଅଞ୍ଚଳର ବିଭିନ୍ନ ଚାଷୀଙ୍କ ଚାଷ ଜମି ରହିଯାଇଛି । ପ୍ରାୟ ୭୦ଏକରରୁ ଉର୍ଦ୍ଧ ପରିମାଣର ଜମି ରହିଥିବାର ପ୍ରକାଶ କରିଛନ୍ତି ଲୋକେ । ଚାଷବାସ ସହ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟରେ ଲୋକେ ଦୈଡି ଭରଷାରେ ଯାତାୟତ କରୁଥିବାର ଜଣାଇଛନ୍ତି । ସେହିପରି ଉଲ୍ଲେଖିତ ୩ଖଣ୍ଡ ଗ୍ରାମବାସୀ ବସୁନ୍ଦ୍ରା-ନାର୍ସନ୍ଦ୍ରା ଦେଇ ଯାତାୟତ କରୁଥିବା ବେଳେ ପ୍ରାୟ ୩୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବିଭିନ୍ନ ସ୍କୁଲରେ ପଡୁଥିବା ବେଳେ ଏମାନେ ମଧ୍ୟ ଆନ୍ଧ୍ର ଦେଇ ଦୂରବାଟରେ ଯାତାୟତ କରୁଥିବାର ଜଣାପଡିଛି । ପ୍ରକାଶ ଯେ, ଡାଳିମ୍ବପୁର-କେରାଣ୍ଡି ରାସ୍ତାରେ ଥିବା ଏକ ନାଳ ଉପରେ ଥିବା ପୁରାତନ ବ୍ରିଜଟିକୁ ଗତ ଜୁନ ମାସରେ ଭାଙ୍ଗି ଦିଆଯାଇଥିଲା । ଏହା ପାଶ୍ୱର୍ରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ନିମ୍ନମାନର କରାଯାଉଛି ବୋଲି ଅଭିଯୋଗ ହୋଇଥିଲା । ହେଲେ ଜୁଲାଇ ୧୦ ତାରିଖ ପରେ ପରେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଏହି ନାଳରେ ପ୍ରବଳ ପାଣି ମାଡି ଆସିଥିଲା । ଫଳରେ ଚଳିତ ମାସ ୧୮ ତାରିଖ ଦିନ ଏହି ଅସ୍ଥାୟୀ ରାସ୍ତା ଧୋଇହୋଇଯାଇଥିଲା । ଅସ୍ଥାୟୀ ରାସ୍ତା ଧୋଇ ହୋଇଯାଇ ୯ଦିନ ବିତିଯାଇଥିଲେ ମଧ୍ୟ ବର୍ଷା ଯୋଗୁଁ ବିଭାଗ କୌଣସି କାର୍ଯ୍ୟ ଆଗକୁ ବଢାଇପାରୁ ନାହିଁ । ତେବେ ଏହି ଅସ୍ଥାୟୀ ରାସ୍ତା ଧୋଇ ହୋଇଯିବା ପରେ ପରେ ବ୍ରିଜ ତଥା ଅସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ନିର୍ମାଣ ସାମଗ୍ରି ଆଣି ଗଛିତ କରିଥିବାର ଲକ୍ଷ୍ୟ କରାଯାଇଛି । ତେବେ ଏହି ସମସ୍ୟାର ସମାଧାନ କେବେ ହେବ ତାହାକୁ ନେଇ ଅନାଇ ବସିଛନ୍ତି ଏହି ଅଞ୍ଚଳର ଅଞ୍ଚଳବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ