ଦ୍ୱିତୀୟ ଯୋଡା ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ଉପାନ୍ତ ସହର ଯୋଡାଠାରେ ଯୋଡା ମହୋତ୍ସବ କାର୍ଯ୍ୟକ୍ରମ ସମ୍ପର୍କରେ ଶୁକ୍ରବାର ଯୋଡା ପୌରପାଳିକା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଯୋଡା ମହୋତ୍ସବ ଦ୍ୱିତୀୟ ବର୍ଷରେ ପଦାର୍ପଣ କରିବ । ଏନେଇ ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଯୋଡା ମହୋତ୍ସବ କମିଟିର ସଭାପତି କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଉପସଭାପତି ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, କାର୍ଯ୍ୟକାରୀ ସଭାପତି ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକ ଓ ପୂର୍ବତନ କେନ୍ଦୁଝର ସାଂସଦ ଯଶୋବନ୍ତ ସିଂ ଲାଗୁରୀ ରହିଥିବା ସମ୍ପର୍କରେ ସଂଯୋଜକ ସୁଶାନ୍ତ ବାରିକ ଏହି ବୈଠକରେ ସୂଚନା ଦେଇଥିଲେ । ଶୁକ୍ରବାର ଆୟୋଜିତ ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଜିତୁ ପଟ୍ଟନାୟକ, ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଙ୍କ ସମେତ ଯୋଡାର ବହୁ ମାନ୍ୟଗଣ୍ୟ ବୁଦ୍ଧିଜୀବୀ , ବ୍ୟବସାୟୀ, ମାରଓାଡି ଯୁବମଂଚର ସଦସ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ଯୋଡା ମହୋତ୍ସବ ଆସନ୍ତା ୨୦୨୦ ମସିହା ଜାନୁଆରୀ ମାସ ୩୧ ତାରିଖ ଠାରୁ ଆରମ୍ଭ ହୋଇ ୩ ଦିନ ଧରି ଚାଲିବ ଓ ଫେବୃଆରୀ ମାସ ୨ ତାରିଖରେ ଏହା ଉଦଯାପନୀ ହେବ ବୋଲି ବୈଠକରେ ସର୍ବସମତି କ୍ରମେ ସ୍ଥିର ହୋଇଥିଲା । ଏହି ମହୋତ୍ସବରେ ବିଭିନ୍ନ ପ୍ରତିଯୋଗିତା ହେବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବୈଠକରେ ସ୍ଥିର ହୋଇଥିଲା । ଓଡିଶାର ପରମ୍ପରା, ଐତିହକୁ ଏହି ମହୋତ୍ସବରେ ପ୍ରାଧାନ୍ୟ ଦିଆଯିବ ବୋଲି ସଂଯୋଜକ ବାରିକ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ