ଧନୁଆଁ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଆଲୋଚନା ଚକ୍ର

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ଟାଉନହଲ ଠାରେ ଧନୁଆଁ ବନ୍ୟା ନିୟନ୍ତ୍ରଣ କମିଟି ନିମାପଡା ର ସଭାପତି ନୃସିଂହ ଚରଣ ଜେନା ଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।ନିମାପଡା ଓ ଗୋପ ବ୍ଲକ ଅଞ୍ଚଳ ଧନୁଆଁ ନଈର ବନ୍ୟା ରେ ପ୍ରତିବର୍ଷ କ୍ଷତିଗ୍ରସ୍ତ ହେଉଛି। ଧନୁଆଁ ବନ୍ୟା ନିୟନ୍ତ୍ରଣ କମିଟି ସଂମ୍ପାଦକ ନରେନ୍ଦ୍ର ଦାସ ସଭା କାର୍ଯ୍ୟକ୍ରମ ଆରମ୍ଭ କରି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ଏହି ଆଲୋଚନାଚକ୍ର ରେ ଗୋପ ବ୍ଲକ ଉପାଧ୍ୟକ୍ଷ ବନ ରଞ୍ଜନ ପଟ୍ଟନାୟକ , ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ,ଗୋପ ବିକାଶ ମଞ୍ଚ ସତ୍ୟପ୍ରିୟ ନାୟକ , ଆଇନଜିବି ସୁଧୀର ମହାନ୍ତି ,ନୀଳାଚଳ କୃଷକ ସଂଘ ସଭାପତି ବିପ୍ରବର ପାତ୍ର, ପୂର୍ବତନ ବ୍ଳକ କଂଗ୍ରେସ ସଭାପତି ଜୟଦେବ ବରାଳ ମଞ୍ଚରେ ଉପସ୍ଥିତ ରହି ଧନୁଆଁ ବନ୍ୟା ର ସ୍ଥାୟୀ ପ୍ରତିକାର ପାଇଁ କଣ କଣ କରାଯିବା ଦରକାର ନିଜସ୍ଵ ମତ ରଖିଥିଲେ । ଧନୁଆଁ ବନ୍ୟା ଅଞ୍ଚଳରୁ ଆସିଥିବା ନେତା ,ସମାଜସେବୀ ,ସାଧାରଣ ଲୋକ ,ମହିଳା କର୍ମୀ ମାନେ ମଞ୍ଚରେ ଧନୁଆଁ ବନ୍ୟାର ସ୍ଥାୟୀ ସମାଧନ କିଭଳି ଭାବେ ହୋଇପାରିବ ପ୍ରତିକ୍ରିୟା ପ୍ରଦାନ କରିଥିଲେ । ଧନୁଆଁ ବନ୍ୟା ଅଞ୍ଚଳରୁ ଦୁଇ ବ୍ଲକରୁ ପ୍ରତି ପରିବାରରୁ ପୋଷ୍ଟ କାର୍ଡ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପତ୍ର ଲେଖି ଧନୁଆଁ ବନ୍ୟା ସ୍ଥାୟୀ ସମାଧନ ହେଲେ ଧନୁଆଁ ବନ୍ୟା ଅଞ୍ଚଳ ବାସୀ ଖୁସି ହେବେ ବୋଲି ଲେଖିକି ପଠାଯିବ ବୋଲି କମିଟି ର ସଂମ୍ପାଦକ ନରେନ୍ଦ୍ର ଦାଶ ପ୍ରକାଶ କରିଥିଲେ ।ଏହି ସଭା କାର୍ଯ୍ୟକ୍ରମ ରେ ନିମାପଡା ,ଗୋପ ବନ୍ୟା ଅଞ୍ଚଳରୁ ଦୁଇ ଶହରୁ ଉର୍ଦ୍ଧ୍ବ ଲୋକ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ