ଧନ୍ୱନ୍ତରୀ ଜୟନ୍ତୀ ଓ ବିଶ୍ୱ ନିରାମୟ ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆରୋଗ୍ୟ ଭାରତୀ ପୂର୍ବ ପ୍ରାନ୍ତ ତରଫରୁ ସ୍ଥାନୀୟ ୟୁନିଟ୍-୮ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ସଭାକକ୍ଷରେ ଶ୍ରୀ ଧନ୍ୱନ୍ତରୀ ଜୟନ୍ତୀ ଓ ବିଶ୍ୱ ନିରାମୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଧନ୍ୱନ୍ତରୀଙ୍କ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ସେ କିପରି ଆୟୁର୍ବେଦକୁ ବିଶ୍ୱବ୍ୟାପୀ କରାଇବା ସହ ଆଜିର ଡ଼ିଜିଟାଲ ଯୁଗରେ ଏହି ଆୟୁର୍ବେଦର କେତେ ଆବଶ୍ୟକତା ରହିଛି, ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଜଗନ୍ନାଥ ପ୍ରଧାନ କହିଲେ ଯେ, ଆୟୁର୍ବେଦ ହେଉଛି ଏକ ପୁରାତନ ଚିକିତ୍ସା ପ୍ରଣାଳୀ ଯାହାକି ଶରୀରର ବିଭିନ୍ନ ସମସ୍ୟା ପ୍ରତିହତ କରିବା ସହିତ ତାର ଉପଚାର କରିଥାଏ । ଆଜି ଏହା ଔଷଧ ବିଜ୍ଞାନର ଏକ ସ୍ୱତନ୍ତ୍ର ଅଗ୍ରଗଣ୍ୟ ଶାଖା ହୋଇଛି । ଏହା ହେଉଛି ଏକ ସମ୍ପୂର୍ଣ୍ଣ ପ୍ରାକୃତି ପ୍ରଣାଳୀ । ଏହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥାଏ ଏବଂ ଏହା ସହଜରେ ଉପଲବ୍ଧ ହୋଇଥାଏ । ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ରାଜ୍ୟ ନାଗରିକ ସମାଜର ଅଧ୍ୟକ୍ଷ ଶ୍ରୀ ପ୍ରକାଶ ରଥ କହିଲେ ଯେ, ବିଭିନ୍ନ ପୁରାଣ ଓ ଧର୍ମଗ୍ରନ୍ଥ ଅନୁଯାୟୀ ଶ୍ରୀ ଧନ୍ୱନ୍ତରୀ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ଅବତାର । ବିଶ୍ୱର ପ୍ରଥମ ଶଲ୍ୟ ଚିକିତ୍ସାଳୟ କାଶିଠାରେ ସେ ହିଁ ପ୍ରଥମେ ପ୍ରତିଷ୍ଠା କରିଥିଲେ । ଅମୃତମୟ ଔଷଧୀୟ ବୃକ୍ଷ, ଗୁଳ୍ମ ପ୍ରଭୃତିକୁ ସେ ହିଁ ଆୟୁର୍ବେଦକୁ ଲୋକଲୋଚନକୁ ଆଣିଥିଲେ । ବାତ, ପିତ ଓ କଫକୁ ଆଧାର କରି ଶରୀରକୁ ସଠିକ୍ ସନ୍ତୁଳନ ରଖିବା ନିମନ୍ତେ ଆୟୁର୍ବେଦ ସହାୟ ହୋଇଥାଏ । ଆରୋଗ୍ୟ ଭାରତର ସଭାପତି ଡ. ପବିତ୍ର କୁମାର ମହନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ମାନବ ଅଧିକାର ପ୍ରୋଟେକ୍ସନ ଓଡ଼ିଶାର ଅଧ୍ୟକ୍ଷା ଶ୍ରୀମତୀ ଇନ୍ଦିରା ଦାଶ, ସମାଜସେବୀ ଶ୍ରୀମତୀ ନମ୍ରତା ଚଢା ପ୍ରମୁଖ ଯୋଗ ଦେଇ ଆୟୁର୍ବେଦର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ପ୍ରାକୃତିକ ଚିକିତ୍ସକ ଶ୍ରୀ ଗୁରୁଚରଣ ଜେନା ଓ ଦନ୍ତ ଚିକିତ୍ସକ ଡ. ସଞ୍ଜିତ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର‌୍ୟ୍ୟକ୍ରମରେ ଆରୋଗ୍ୟ ଭାରତୀର ସଚିବ ଯୁଧିଷ୍ଠିର ନାୟକ, ସହ ସଚିବ ଗୌତମବୁଦ୍ଧ ସିଂ ସାମନ୍ତ, ବାଇଧର ଚିନ୍ଦରା, ମନୋରଞ୍ଜନ ଦାସ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରାନ୍ତ ସେବା ପ୍ରମୁଖ ମାନନୀୟ କୈଳାସ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ