ହୃଦଘାତରେ ଶୀକାର ହୋଇ ଚିକିତ୍ସିତ ହେଉଛନ୍ତି ନୱାଜ
ଇସାଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ହୃଦଘାତରେ ଶୀକାର ହୋଇ ଲାହୋରର ଏକ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଗତ ଏକ ସପ୍ତାହ ତଳେ ନୱାଜଙ୍କ ରକ୍ତରେ ପ୍ଲାଇଲେଟ୍ ସ୍ତର କମିଯିବାରୁ ସେ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଏହା ପରେ ତାଙ୍କର ସ୍ୱାସ୍ଥବସ୍ଥା ସ୍ଥିର ହୋଇଥିଲା ।ଏହା ପରେ ପୁଣୀ ତାଙ୍କର ରକ୍ତରେ ପ୍ଲାଇଲେଟ୍ ସ୍ତର କମ ହୋଇ ସେ ଗୁରୁତର ଅସୁସ୍ଥ ହୋଇଥିଲେ । ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ନୱାଜ ସରିଫ ସ୍ୱାସ୍ଥବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ କୋର୍ଟ ଜାମିନ ଦେଇଛନ୍ତି । ସେ ଏକ ହସପିଟାଲରେ ଚିକିତ୍ସିତ ହେଉଥିବା ପାକିସ୍ତାନର ଜରେ ଗଣମାଧ୍ୟମ ପ୍ରତିନିଧି ନିଜର ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି ।


