ଠକେଇ ଅଭିଯୋଗରେ ୨ ଯୁବକ ଗିରଫ
ଯାଜପୁର: ଯାଜପୁର ଜିଲ୍ଲା ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି । ଲୋକମାନଙ୍କୁ ମନଭୁଲାଇ ଓ ପ୍ରଲୋଭନ ଦେଖାଇ ନିଜର ଜାଲରେ ଫସାଇ ଲୋକମାନଙ୍କ ଠାରୁ ୪୦ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଟଙ୍କା ଠକିନେଇଥିବା ଅଭିଯୋଗରେ ଯାଜପୁର ପୋଲିସ ଗିରଫ କରିଥିବା ଶନିବାର ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତ ଙ୍କ ପରିଚୟ କଟକ ଜିଲ୍ଳା ମହାଙ୍ଗା ଅଂଚଳର ପ୍ରିୟରଂଜନ ପଟ୍ଟନାୟକ ଓ ଯାଜପୁର ଜିଲ୍ଲା ବଡଚଣା ଅଂଚଳର ଅକ୍ଷୟ ସାମଲ ବୋଲି ଜଣାପଡିଛି । ଦୁଇ ଯୁବକଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ଦାମୀ କାର ସୁନା ଗହଣା ସମେତ ମାରଣାସ୍ତ୍ର ଜବତ ହୋଇଛି । କେନ୍ଦୁଝରର ଜଣେ ପୂର୍ବତନ ବିଧାୟକ ଙ୍କ ଏଜେଣ୍ଟ କହି ଲୋକମାନଙ୍କୁ ଜାଲରେ ଫସାଇ ଲୁଟ୍ କରିବାରେ ସଫଳ ହୋଇଥିଲେ । ପୋଲିସ ଦୁଇ ଜଣଙ୍କୁ ଗିରଫ କରି ତଦନ୍ତ ଜାରୀ ରଖିଛି ।


