ଧର୍ମପରାୟଣ ମହିଳା ସୁଷମା ଶତପଥୀଙ୍କ ପରଲୋକ
ଗଞ୍ଜାମ, (ବିନୋଦ ପଲାଇ):ଧର୍ମପରାୟଣ , ମିଷ୍ଟାଭାସି, ପରୋପକାରୀ ମହିଳା ତଥା ପୂର୍ବତନ ପୋଲିସ କର୍ମଚାରୀ ରମେଶ ଚନ୍ଦ୍ର ଶତପଥୀ ଙ୍କ ଧର୍ମପତ୍ନୀ ସୁଷମା ଶତପଥୀଙ୍କ ୬୫ ବର୍ଷରେ ଗଞ୍ଜାମ ସହର ସ୍ଥିତ ଦୁର୍ଗାଦେବୀ ସାହି ବାସଭବନରେ ପରଲୋକ ଘଟିଛି। ହଟାତ ଅସୁସ୍ଥ ହେବା ସହ ବ୍ରେନ ଷ୍ଟୋକ ହେବାରୁ ଚିକିତ୍ସା ପାଇଁ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।ତାଙ୍କର ମୃତ୍ୟୁଖବର ଶୁଣି ତାଙ୍କର ବାସଭବନରେ ଶେଷ ଦର୍ଶନ ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ଭିଡ଼ ଜମିଥିଲା। ପରେ ଋଷିକୂଲ୍ୟା ନଦୀତଟଶ୍ମଶାନରେ ଶେଷକୃତ୍ୟସମ୍ପନ୍ନ ହୋଇଥିଲା। ଏହି ସମୟରେ ବ୍ୟାଙ୍କରେ ଥିବା ବଡ଼ ପୁଅ ଭୋଳା ଶତପଥୀ ଓ ପୋଲିସ ବିଭାଗରେ ଥିବା ସାନ ପୁଅ ଶିଵ ଶଙ୍କର ଶତପଥୀ ଙ୍କ ସମେତ ପରିବାର ,ବନ୍ଧୁବାନ୍ଧବ,ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।