ଧାନରେ ଜଉପୋକ ପାଇଁ ଚିନ୍ତାରେ ଚାଷି : ଏପଟେ ବୁଲୁଛି ସଚେତନତା ରଥ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ଅଂଚଳର ବିଭିନ୍ନ ସ୍ଥାନରେ ଧାନ ଫସଲରେ ଜଉପୋକ ଲାଗିବା ଫଳରେ ଚାଷିମାନେ ଚିନ୍ତାରେ ପଡିଯାଇଛନ୍ତି । ଚାରିଛକ ଅଂଚଳର ବାହାରଣା, ତୁଳସୀପୁର, ଭୋଦର, ଛଣିଜଙ୍ଗ, ତମ୍ପାଳୋ, କଳାପାଞ୍ଚଣ ପ୍ରଭୁତି ପଂଚାୟତର ହଜାର ହଜାର ହେକ୍ଟର ଜମିରେ ଜଉପୋକ ଲାଗି ଧାନ ସବୁ ଉଜୁଡିବାକୁ ବସିଲାଣି । ବିଲରେ ସବୁ ଧାନର ଥୋଡ ବାହାରୁଛି । ଏହି ସମୟରେ ଜଉ ପୋକ ଲାଗିଯିବା ଫଳରେ ଧାନ ଗଛ ସବୁ ପାଚି ନାଲି ପଡ଼ିଯାଉଥିବା ଦେଖିବାକୁ ମିଳିଛି । ଏ ସଂପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଚାଷୀମାନେ ଅବଗତ କରାଇଲେ ମଧ୍ୟ କୃଷି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ସ୍ଥାନୀୟ ଅଂଚଳର ଉଛମନ ସ୍ୱାଇଁ, କିଶୋର ବେହେରା,ସତି ମଳିକ, ନୀରଞ୍ଜନ ମିଶ୍ର, ଭାଗୁଲା କାଣ୍ଡି, ଜତିନ୍ଦ୍ର ନାଥ ପ୍ରଧାନ,ସର୍ବେଶ୍ଵର ମଲ୍ଲ,ହରିହର ସ୍ବାଇଁ, ଦେଶବନ୍ଧୁ ପରିଡା ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି । ଆବଶ୍ୟକ ବର୍ଷା ନ ହେବା ଫଳରେ ଧାନରେ ଜଉପୋକ ଲାଗୁଥୁବା ଚାଷିମାନେ କହିଛନ୍ତି । ଏପଟେ ଜଉ ପୋକ ଙ୍କ ପାଇଁ ଚାଷୀମାନେ ଚିନ୍ତା ରେ ପଡ଼ିଥିବାବେଳେ ଏ ଦିଗରେ କୃଷି ବିଭାଗ ନୀରବ ରହି ଚାଷୀ ମାନଙ୍କୁ ସଚେତନ କରିବାକୁ ବ୍ଲକ ଅଞ୍ଚଳ ରେ ବୁଲୁଛି ସଚେତନତା ରଥ। ନାଚ ଓ ସଙ୍ଗୀତ ମାଧ୍ୟମ ରେ ବିଭିନ୍ନ ଚାଷ ଓ ସରକାର ଙ୍କ ଯୋଜନା ସଂପର୍କ ରେ ଚାଷୀ ମାନଙ୍କୁ ସଚେତନ କରା ଯାଉଛି । କିନ୍ତୁ ଏହି ସଚେତନତା ରଥ ଜଉପୋକ ଙ୍କ ଦାଉରୁ କିପରି ଧାନ ଚାଷ କୁ ରକ୍ଷା କରାଯାଇ ପାରିବ ସେ ସଂପର୍କ ରେ ପଦୁଏ କଥା ବି କୁହାଯାଉନାହିଁ ବୋଲି କହିଛନ୍ତି ଚାଷୀ ରବି ମିଶ୍ର ଓ ଭ୍ରମର ବର ମଳିକ। ସେମାନେ କହିଛନ୍ତି ଯେ, ସରକାର ଙ୍କ କୃଷି ବିଭାଗ ଯେଉଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ସଚେତନତା ରଥ ବୁଲାଉଛନ୍ତି ତାହା କେବଳ ଲୋକ ଦେଖାଣିଆଁ । ଏପଟେ ଚାଷୀ ଚିନ୍ତା ରେ କିନ୍ତୁ କୃଷି ବିଭାଗ ନିଘୋଡ଼ ନିଦରେ। ତୁରନ୍ତ କୃଷି ବିଭାଗ ଚାଷୀ ମାନଙ୍କୁ ଆବଶକୀୟ ସାହାଯ୍ୟ ସହଯୋଗ ପରାମର୍ଶ ଯୋଗାଇ ଦେଇ କିପରି ଜଉପୋକ ର ଆକ୍ରମଣ ରୁ ଧାନ ଚାଷ କୁ ରକ୍ଷା କରାଯାଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ