ନିମାପଡ଼ା କଲେଜ ରେ ରାଗିଂ ଅଭିଯୋଗ
ନିମାପଡା, (ସନ୍ତୋଷ ଦାଶ):ସ୍ଥାନୀୟ ଅଟୋନମସ କଲେଜ ହଷ୍ଟେଲରେ ରେ ରାଗିଂ କରାଯାଉଥିବା ଜୈନିକା ଛାତ୍ରୀ ଅଭିଯୋଗ କରିଥିବାରୁ ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଉଦବେଗ ପ୍ରକାଶ ପାଇଛି ।ନିମାପଡା ଅଟୋନମସ କଲେଜ ର ଯୁକ୍ତ ତିନି ବର୍ଷର ବିଜ୍ଞାନ ଛାତ୍ରୀ ରୋଜାଲିନ ବିଶ୍ବାଳ ସ୍ଥାନୀୟ ପୋଲିସ ରେ କରିଥିବା ଅଭିଯୋଗ ରୁ ଜଣାପଡ଼ିଛି ଯେ, ହଷ୍ଟେଲ ରେ କିଛି ସିନିୟର ଛାତ୍ରୀ ତାଙ୍କୁ ରାଗିଂ କରୁଛନ୍ତି। ଏ ସଂପର୍କ ରେ ସେ ହଷ୍ଟେଲ ର ୱାଡେନ ଓ କଲେଜ କତ୍ତୁର୍ପକ୍ଷ ଙ୍କୁ ଅଭିଯୋଗ
କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଅପର ପକ୍ଷରେ ଏହି ଘଟଣା କୁ ସମସ୍ତେ ଚପାଇଦେବାକୁ ଉଦ୍ୟମ କରୁଛନ୍ତି ବୋଲି ରୋଜାଲିନ ଅଭିଯୋଗ କରିଛନ୍ତି। ରାତି ଅଧରେ ହଇରାଣ କରିବା, ବିଭିନ୍ନ ନମ୍ବର ରେ କଲ କରି ଅଶ୍ଳୀଳ ଇଙ୍ଗିତ କରିବା, ଘଟଣା କୁ ଜଣାଇଲେ ମୁହଁ ରେ ଏସିଡ ପକାଇବା ଭଳି ଧମକ ଦେଉଥିବା ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।ବାରମ୍ବାର ଅଭିଯୋଗ କଲେ ମଧ୍ୟ ହଷ୍ଟେଲରେ ଦାୟିତ୍ବ ରେ ଥିବା ୱାଡେନ ଅଭିଯୋଗ କୁ ଦୃଷ୍ଟି ନ ଦେବା ଭଳି ଅଭିଯୋଗ ଆଣିଛନ୍ତି ଛାତ୍ରୀ । ଜୀବନ ପ୍ରତି ବିପଦ ଥିବାରୁ ସେ ବାଧ୍ୟ ହୋଇ ହଷ୍ଟେଲ ଛାଡି ଘରେ ରହିଛନ୍ତି।ପ୍ରାୟ ତିନି ମାସ ଧରି ରାଗିଂ ର ଶିକାର ହୋଇ ଆସୁଥିବା ଓ ଏ ନେଇ କଲେଜ କର୍ତ୍ତୃପକ୍ଷ ଅବଗତ ଥିଲେ ମଧ୍ୟ ଘଟଣା କୁ ହାଲୁକା ଭାବରେ ନେଇ ଘଟଣା କୁ ଚାପି ଦେବା ପାଇଁ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଛାତ୍ରୀ।ଉତ୍କଳ ଷ୍ଟୁଡେଣ୍ଟ ଆସୋସିଏସନ ଛାତ୍ର ସଙ୍ଗଠନ ର ସୌମ୍ୟ ରଞ୍ଜନ ସାମଲ ଏହି ଘଟଣା ର ନିରପେକ୍ଷ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ରାଗିଂ ନେଇ ଅନେକ ଖବର ନଜରକୁ ଆସୁଥିବା ବେଳେ ନିମାପଡ଼ା ଅଟୋନମସ କଲେଜରେ ଛାତ୍ରୀ ଙ୍କୁ ରାଗିଂ ଖବର କୁ ପୋଲିସ ଓ କଲେଜ କର୍ତ୍ତୃପକ୍ଷ ହାଲୁକା ଭାବରେ ନେବା ସମସ୍ତ ଙ୍କୁ ଚକିତ କରିଛି ।


