ଧାନ ମଣ୍ଡି ରେ ଅବ୍ୟବସ୍ଥା ନେଇ କଳାହାଣ୍ଡି ବିଜେପି ର ମଣ୍ଡି ଘେରାଉ ଅଭିଯାନ

କଳାହାଣ୍ଡି,(ଓ୍ବାଇଏନ୍ଏସ୍): ଲାଗି ରହିଛି ମଣ୍ଡି ସମସ୍ୟା | ମଣ୍ଡି ରେ ପଡି ରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ | ଗୋଟିଏ ପଟେ ମଣ୍ଡି ରୁ ଧାନ ଉଠୁ ନ ଥିବା ବେଳେ ଅନ୍ୟ ପଟେ ଯେଉଁ ଚାଷୀ ଙ୍କ ଧାନ ଉଠୁଛୁ ସେମାନଙ୍କ ପାଇଁ କଟନି ଛଟନି ଏକ ବଡ଼ ସମସ୍ୟା | ମଣ୍ଡି ପରିଚାଳନା ରେ ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନ ଫେଲ ମାରିଛନ୍ତି ବୋଲି ଅଭିଯୋଗ କରିଛି କଳାହାଣ୍ଡି ବିଜେପି | ମଣ୍ଡି ରୁ ଧାନ ନ ଉଠିବା ତଥା ମଣ୍ଡି ରେ ଅବ୍ୟବସ୍ଥା କୁ ପ୍ରସଙ୍ଗ ରେ ଆଜି କଳାହାଣ୍ଡି ବିଜେପି ତରଫରୁ ଜିଲ୍ଲା ର ସମସ୍ତ ମଣ୍ଡି ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଙ୍କ ନେତୃତ୍ୱ ରେ ଧାରଣା ଦିଆ ଯାଇଛି | ମଣ୍ଡି ରୁ ଧାନ ନ ଉଠିବା ଓ କଟନି ଛଟନି କୁ ବିରୋଧ.କରି ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଅଟାଙ୍ଗଗୁଡା ମଣ୍ଡି ରେ ବରୋଧୀ ଦଳ ନେତା ଚାଷୀ ମାନଙ୍କ ସମସ୍ୟା ବିଷୟ ରେ ଆଲୋଚନା କରିବା ସହ ଆଗାମୀ ଦିନ ରେ ପରିସ୍ଥିତି ଆହୁରି ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି | ତେବେ ଗଣଧାରଣା ର ୭୨ ଘଣ୍ଟା ମଧ୍ୟରେ ବି ଦାବି ପୁରଣ ନ ହେଲେ ମଣ୍ଡି ର ସାମ୍ନା ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ କୁ ଅବରୋଧ ନିଷ୍ପତ୍ତି ଘୋଷଣା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ