ନକଲି ପୂଜା ସାମଗ୍ରୀ ଫ୍ୟାକ୍ଟ୍ରି କୁ ସିଲ୍ କଲା କଟକ ପୋଲିସ

କଟକ, (ଦୀପକ୍ କୁମାର ବେଉରା):କଟକରେ ଏକ ନକଲି ପୂଜା ସାମଗ୍ରୀ ଏବଂ ମହୁ ଫ୍ୟାକଟ୍ରିକୁ ସିଲ୍ କଲା ମାଲଗୋଦାମ ଥାନା। କୌଣସି ଏକ ବିଶେଷ ସୁତ୍ରରୁ ଖବର ପାଇ ମାଲଗୋଦାମ ଥାନା ଆଇଆଇସି ରବିନାରାୟଣ ଭଞ୍ଜ ଏବଂ ତାଙ୍କ ଟିମ୍ ରାଣିହାଟ କେନାଲ୍ ରୋଡ୍ ରେ ଥିବା ଚମଡା ଗୋଦାମ ନିକଟରେ ଭେଜାଲ୍ କରୁଥିବା ସମୟରେ ଅତର୍କିତ ରେଡ୍ କରିଥିଲେ। ଘଟଣାରେ ସମ୍ପୃକ୍ତ ଥିବା ସେହି ଅଞ୍ଚଳର ଚଣ୍ଡୀ ରାଓ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୋଲିସ୍। ତେବେ ରେଡ୍ ସମୟରେ ୧୮୦ ବୋତଲ ଗଙ୍ଗାଜଳ,୩୪୫୬ ଟି ଗୁଲାବ ଜଳ,୧୧୯୬ ଟି ମହୁ,୪୮୦ ଟି ସପ୍ତରିଖ ପଞ୍ଚଜଳ,୧୫୦୩ ଟି ଅଗୁର ଜଳ,୨୦୧୯ ଟି ଖାଲି ବୋତଲ,୨ ଟି ବଡ଼ ଜାର୍,୧୦୦ ଲିଟର ହଣ୍ଡା ଏବଂ ଗୋଟିଏ ଗ୍ୟାସ୍ ଚୁଲାକୁ ସିଜ୍ କରିଛି ମାଲଗୋଦାମ ଥାନା। ତେବେ ବହୁ ଦିନରୁ ଏହି ଭେଜାଲ କାରାବାର ଚାଲି ଆସୁଥିଵା ଅଭିଯୋଗ ହୋଇ ଆସୁଥିଲା। ଏହାବାଦ୍ ସ୍ୱସ୍ତିକ୍ ନାମରେ ଏକ ନକଲି ଷ୍ଟିକର୍ ଲଗାଇ କଟକ ସମେତ ଅନ୍ୟ ଜିଲ୍ଲାକୁ ଚାଲାଣ କରୁଥିବା ସୂଚନା ଦେଇଛନ୍ତି କଟକ ଡିସିପି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ