ନକଲି ପ୍ରମାଣପତ୍ରରେ ଶିକ୍ଷକତା ମହଙ୍ଗାପଡିଲା : ୨ ଶିକ୍ଷକଙ୍କ ନାମରେ ପାରଳା ଥାନାରେ ୪୨୦ ମକଦ୍ଦମା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଜିଲ୍ଲାର ୨ ଶିକ୍ଷକଙ୍କ ବିରୁଦ୍ଧରେ ୪୨୦ ଭଳି ସଙ୍ଗୀନ ଜାଲିଆତି ମାମଲା ରୁଜୁ ହୋଇଥିବାର ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଜିଲ୍ଲାର ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ନିଜ ନିଜର ସାର୍ଟିଫିକେଟକୁ ଜାଲିଆତି ଭାବେ ଦର୍ଶାଇ ଚାକିରୀ କରୁଥିବା ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଉଭୟଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଦୁଇ ଜଣ ଶିକ୍ଷକଶିକ୍ଷୟତ୍ରୀ ହେଲେ ଆର୍‌.ଉଦୟଗିରି ବ୍ଲକରେ ଶିକ୍ଷୟତ୍ରୀ ସ୍ନିଗ୍ଧାରାଣୀ ଛଟେଇ ଏବଂ ମୋହନା ବ୍ଲକର ମାଧବ ବେହେରା । ଏମାନେ ଚାକିରୀରେ ଯୋଗ ଦେବା ବେଳେ ନିଜ ନିଜର ବିଇଡି ସାର୍ଟିଫିକେଟ ଗୁଡିକ ଜାଲିଆତି ଭାବେ ଉପସ୍ଥାପନ କରି ଚାକିରୀ ହାତୋଇ ଥିଲେ । ଏହି ଘଟଣାକୁ ଭିତ୍ତି କରି ପାରଳାଖେମୁଣ୍ଡି ଆଦର୍ଶଥାନା କେସ୍ ନଂ ୧୮୦/୨୧ରେ ରୁଜୁ କରି ଦଫା ୪୨୦ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବାର ଥାନା ସୂତ୍ରରୁ ପ୍ରକାଶ । ଗଜପତି ଜିଲ୍ଲାରେ ଏହିପରି ୨ଜଣ ନକଲି ପ୍ରମାଣପତ୍ର ଦେଇ ଶିକ୍ଷକତା କରିବା ପ୍ରଥମ ଘଟଣା ନୁହେଁ । କାରଣ ପୂର୍ବରୁ ଗଜପତି ଜିଲ୍ଲାରେ ଶିକ୍ଷା ବିଭାଗରେ ଶହ ଶହ ଶିକ୍ଷକ ଏହିପରି ବିଭିନ୍ନ ରାଜ୍ୟ ଗୁଡିକରୁ ନକଲି ପ୍ରମାଣପତ୍ର ସବୁ ଆଣି କେତେକ ରାଜନୈତିକ ନେତା, ବିଭାଗୀୟ କର୍ମଚାରୀମାନଙ୍କ ସହଯୋଗରେ ଶିକ୍ଷକକତା କରିଥିବା ନେଇ ପ୍ରଶାସନ ସ୍ଥରରୁ ଆରମ୍ଭ କରି ଭିଜିଲାନ୍ସ ପର୍ଯ୍ୟନ୍ତ ତଦନ୍ତ କରାଯାଇଛି । ଏଥିରେ କେତେକ ଶିକ୍ଷକ ଚାକିରୀ ଛାଡି ଫେରାର ହୋଇଥିବା ବେଳେ ଆହୁରି ଅନେକ କାର୍ଯ୍ୟରତ ରହିଛନ୍ତି । ଉଚିତ ଭାବେ ତଦନ୍ତ କଲେ ଏଭଳି ବହୁ ନକଲି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଗିରଫ କରାଯ।।ଇ ପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ